ଠକେଇ ଅଭିଯୋଗରେ ଅଭିନେତ୍ରୀ ମୌସୁମୀ ନାୟକ ଗିରଫ

ଭୁବନେଶ୍ବର : ଇନଫୋସିଟି ଥାନା ପୁଲିସ ପକ୍ଷରୁ ଓଡ଼ିଆ ଅଭିନେତ୍ରୀ ମୌସୁମୀ ନାୟକଙ୍କୁ ଗିରଫ କରାଯାଇଛି। ଲେଖିକା ବନସ୍ମିତା ପତିଙ୍କ ବିରୋଧରେ ଅପପ୍ରଚାର ନେଇ ହୋଇଥିବା ଅଭିଯୋଗ ଆଧାରରେ ପୁଲିସ ଗିରଫ କରିଛି। ଯୁବ ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ଆଧାରରେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିବାଦ ପଛରେ ୫ଲକ୍ଷ ୮୦ ହଜାର ଟଙ୍କାର କାରବାର ହୋଇଥିବା ଜଣାପଡ଼ିଛି। ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ଆଧାରରେ ମୌସୁମୀଙ୍କୁ ଗିରଫ କରାଯାଇଛି। ଗିରଫ ପରେ ମୌସୁମୀଙ୍କୁ କୋର୍ଟଚାଲାଣ କରାଯାଇଛି। ଏନେଇ ଏସିପି ରମେଶ ବିଶୋଇ ସୂଚନା ଦେଇଛନ୍ତି।ସୂଚନାଅନୁସାରେ ଲେଖିକା ବନସ୍ମିତା ପତି ଅଭିଯୋଗ କରିଥିଲେ କି ଅଭିନେତ୍ରୀ ମୌସୁମୀ ନାୟକ ତାଙ୍କୁ ବ୍ଲାକମେଲ କରିଛନ୍ତି। ବ୍ଲାକମେଲ କରି ମୌସୁମୀ ଅଧିକ ଟଙ୍କା ନେବା ସହ ମାନହାନି ଭଳି ଅଭିଯୋଗ କରିଥିଲେ। ଟଙ୍କା ନଦେଲେ ମୌସୁମୀ ବଦନାମ କରିବା ଏବଂ ଘର ଭାଙ୍ଗିଦେବାକୁ ଧମକ ଦେଇଥିଲେ।

Comments (0)
Add Comment