ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ଡେଙ୍ଗୁରେ ଆକ୍ରାନ୍ତ ହେଉଥିବା ବ୍ୟକ୍ତିମାନେ ସୁସ୍ଥ ହେବା ପରେ ମଧ୍ୟ ଶାରୀରିକ ଦୁର୍ବଳତା ଦୀର୍ଘଦିନ ଯାଏଁ ଲାଗିରହୁଛି । ଜାଣନ୍ତୁ କ’ଣ ଖାଇବା ଡେଙ୍ଗୁରୁ ସୁସ୍ଥ ହୋଇଥିବା ଲୋକଙ୍କ ପାଇଁ ଲାଭଦାୟକ ହୋଇପାରେ
୧. ଓଟମିଲ୍ : ଆପଣଙ୍କ ଶରୀର ପାଇଁ ସନ୍ତୁଳନ ଫେରାଇବା ପାଇଁ କାର୍ବୋହାଇଡ୍ରେଟ୍ ସଂପୂର୍ଣ୍ଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଓଟମିଲ୍ ହଜମ କରିବା ସରଳ ଏବଂ ଏହା ଅତ୍ୟଧିକ ପରିମାଣରେ ଖାଇବା ପରେ ମଧ୍ୟ ଆପଣଙ୍କୁ ହାଲୁକା ଅନୁଭବ କରିବେ ।
୨. ହଳଦୀ ଓ ହର୍ବାଲ ଚା: ହଳଦୀ, ଅଦା, ରସୁଣ, ହଳଦୀ, ଚିନାବାଦାମ ଏବଂ ବାଦାମ ଭଳି ଖାଦ୍ୟ ଶରୀରର ଟି-କୋଷ ପରି ପ୍ରତିରକ୍ଷା କୋଷକୁ ନିୟନ୍ତ୍ରଣ କରିଥାଏ ଏବଂ ଏହା ଶରୀରକୁ ଜୀବାଣୁ ରକ୍ଷା କରିବାରେ ସାହାଯ୍ୟ କରେ । ହଳଦୀ ଓ ଅଦା ମିଶ୍ରଣରେ ପ୍ରସ୍ତୁତ ହର୍ବାଲ ଚା ମଧ୍ୟ ଖୁବ ଲାଭଦାୟକ ହୋଇଥାଏ ।
୩. ଡାଳିମ୍ବ : ଡେଙ୍ଗୁ ରୋଗରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ପାଇଁ ସବୁଠାରୁ ଭଲ ଫଳ ହେଉଛି ଡାଳିମ୍ବ । ଏହି ଫଳରେ ଥିବା ଭିଟାମିନ୍, ମିନେରାଲ୍ସ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଶରୀରକୁ ଆବଶ୍ୟକ ଶକ୍ତି ଯୋଗାଏ ଏବଂ ଶରୀରର ଥକାପଣ କମାଇବାରେ ସାହାଯ୍ୟ କରେ ।
୪. ପଇଡ: ପଇଡ ପାଣି ଲୁଣ ଏବଂ ଖଣିଜ ପଦାର୍ଥର ଏକ ସମୃଦ୍ଧ ଉତ୍ସ । ଆପଣ ଡିହାଇଡ୍ରେସନ୍ ଅନୁଭବ କରିବେ ନାହିଁ କାରଣ ଏହା ଶରୀରର ଇଲେକ୍ଟ୍ରୋଲାଇଟ୍ ସନ୍ତୁଳନକୁ ସ୍ଥିର ରଖେ ଏବଂ ଦୁର୍ବଳତାକୁ ମଧ୍ୟ ହ୍ରାସ କରିଥାଏ । ଆପଣ ପ୍ରତିଦିନ ଦୁଇଟି ଲେଖାଁଏ ପଇଡ ପିଇବା ଉଚିତ୍ ।
୫. ଦହି: ଦହି ହେଉଛି ଏକ ଖାଦ୍ୟ ପଦାର୍ଥ ଯାହା ଡେଙ୍ଗୁ ଜ୍ୱର ପରେ ଖିଆଯିବା ଉଚିତ୍ କାରଣ ଏହା ଜୀବାଣୁ ଏବଂ ଭାଇରାଲ ରୋଗର ମୁକାବିଲା କରିବାରେ ଶରୀରକୁ ସାହାଯ୍ୟ କରିଥାଏ । ପ୍ରୋଟିୟୋଟିକ୍ସ ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରୁଥିବାରୁ ଡେଙ୍ଗୁ ରୋଗୀମାନେ ଏହାର ରୋଗ ପ୍ରତିରୋଧକ ଶକ୍ତି ଗୁଣରୁ ଉପକୃତ ହୁଅନ୍ତି ଓ ଶୀଘ୍ର ସୁସ୍ଥ ହୋଇଥାନ୍ତି ।