ତିନିଗୁଣା ବଢ଼ିଲା ଭୁବନେଶ୍ୱର-ଉତ୍କେଲା ବିମାନ ଭଡ଼ା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାବାସୀଙ୍କ ବହୁ ପ୍ରତୀକ୍ଷିତ ସ୍ୱପ୍ନ ଉତ୍କେଲା ଏୟାରଷ୍ଟ୍ରିପ୍‌କୁ ବିମାନବନ୍ଦରରେ ରୂପାନ୍ତରିତ କଲେ ସରକାର । ଗତ ଅଗଷ୍ଟ ୩୧ ତାରିଖରେ ପ୍ରଥମ କରି ଏହି ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ଚଳାଚଳ ଆରମ୍ଭ ହୋଇଥିଲା । ଯାତ୍ରୀଭଡ଼ା ଜଣ ପ୍ରତି ୯୯୯ ଟଙ୍କା ଧାର୍ୟ୍ୟ କରାଯାଇଥିଲା । ଯାହାର ଜିଏସ୍‌ଟି ସହ ଭୁବନେଶ୍ୱର-ଉତ୍କେଲା-ଭୁବନେଶ୍ୱର ଫ୍ଲାଇଟ୍‌ ଟିକଟ୍‌ ଦାମ ରହିଥିଲା ୧୦୫୦ଟଙ୍କା । ଟିକଟ୍‌ ମୂଲ୍ୟ କମ୍‌ ଥିବାରୁ ଜିଲ୍ଲାବାସୀ ଉପକୃତ ହେବେ ବୋଲି ଆଶା କରିଥିଲେ । ମାତ୍ର ଉତ୍କେଲା ବିମାନ ଚାଳାଚଳ ଦାୟିତ୍ୱରେ ଥିବା ଘରୋଇ ସଂସ୍ଥା ‘ଇଣ୍ଡିଆ ୱାନ ଏୟାର’ ଟିକଟ୍‌ ମୂଲ୍ୟକୁ ଗୋଟିଏ ମାସରେ ତିନିଗୁଣା ବୃଦ୍ଧି କରିଛି । ବର୍ତ୍ତମାନ ଉତ୍କେଲାରୁ ବିମାନରେ ଭୁବନେଶ୍ୱର ଯିବାକୁ ହେଲେ ଟିକଟ ଦାମ ୨୮୪୬ଟଙ୍କା ପଡୁଛି । ଟିକଟ୍‌ ମୂଲ୍ୟ ୨୭୧୦ଟଙ୍କା ସହ ଜିଏସ୍‌ଟି ୧୩୬ଟଙ୍କା ଯୋଡ଼ାଯାଇଛି । ମାସକ ମଧ୍ୟରେ ଏଭଳି ଟିକଟ୍‌ ଦର ବୃଦ୍ଧି କରାଯିବାରୁ ସାଧାରଣରେ ଅସନ୍ତୋଷ କୁହୁଳୁଛି । 

ପ୍ରକାଶ ଯେ, ଗତ ଅଗଷ୍ଟ ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଉପସ୍ଥିତ ରହି ଉତ୍କେଲା ଅଭିମୁଖେ ଆସିବାକୁ ଥିବା ପ୍ରଥମ ବିମାନକୁ ପତାକା ଦେଖାଇ ଆରମ୍ଭ କରିଥିଲେ ।

Comments (0)
Add Comment