ତେଜୁଛି ବିରୋଧ ୧୦ ଦିନରେ ପହଞ୍ଚିଲା ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ

ଭୁବନେଶ୍ୱର: ୩ ଦଫା ଦାବୀ ନେଇ ପ୍ରାଥମିକ ଶିକ୍ଷକ ମହାସଂଘର ଆନ୍ଦୋଳନ ଆଜି ୧୦ ଦିନରେ ପହଞ୍ଚିଛି । ଠିକା ବ୍ୟବସ୍ଥା ଉଚ୍ଛେଦ, କେନ୍ଦ୍ରୀୟ ହାରରେ ଦରମା ଓ ପୁରୁଣା ପେନ୍‌ସନ୍‌ ଲାଗୁ ଦାବୀରେ ରାଜ୍ୟର ୩୦୦ ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ପ୍ରାୟ ୧ ଲକ୍ଷ ୩୦ ହଜାର ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟତ୍ରୀ ।ପ୍ରାଥମିକ ଶିକ୍ଷକମାନଙ୍କର ମିଳିତ ସଂଘମାନେ ମିଳିତ ଭାବରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି । କେତେକ ଜିଲ୍ଲାରେ ପ୍ରାଥମିକ ଶିକ୍ଷକମାନେ ଅନ୍ଦୋଳନ କରୁଥିବାରୁ ଏହି ସମୟରେ ବିଦ୍ୟାଳୟକୁ ଆସୁଥିବା ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ରାନ୍ଧି ଦେବା ପାଇଁ ଆଙ୍ଗନୱାଡୀ କର୍ମୀମାନଙ୍କୁ ଦାୟିତ୍ୱ ଦେବାକୁ କୁହାଯାଇଥିବାବେଳେ ଆଙ୍ଗନୱାଡି ସଂଘ ପକ୍ଷରୁ ଏହାକୁ ବିରୋଧ କରାଯାଇଛି । ଆଙ୍ଗନୱାଡି ସଂଘ ପ୍ରାଥମିକ ଶିକ୍ଷକମାନେ ଆନ୍ଦୋଳନରେ ବସିଥିବାବେଳେ ତାଙ୍କ କାମ ଆଙ୍ଗନୱାଡିମାନଙ୍କ ଜରିଆରେ ସରକାର କରାଇବାକୁ ଚେଷ୍ଟା କରୁଛନ୍ତି ବୋଲି କହି ବିରୋଧ ପ୍ରକାଶ କରାଯାଇଛି ।

Comments (0)
Add Comment