ଦନ୍ତା ହାତୀର ମୃତ୍ୟୁ

ଢେଙ୍କାନାଳ: କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ମୃତ ହାତୀଟିର ବୟସ ୩୦ରୁ ୩୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ତେବେ ଦନ୍ତା ହାତୀଟିର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ଏହି ଦନ୍ତା ହାତୀଟି ବୌଦ୍ଧ ଜିଲ୍ଲାରେ ବହୁ ଧନ ଜୀବନ ହାନି କରିବା ସହ ଘର ଭାଙ୍ଗିବା ସହ ଫସଲ ହାନି କରି ଆସୁଥିଲା। ଗତକାଲି ବନ ବିଭାଗ ପକ୍ଷରୁ ହାତୀଟିକୁ ଟ୍ରାଙ୍କୁଲାଇଜ୍‌ କରି କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ଅଣାଯାଇଥିଲା।  ଆଜି ସକାଳେ ହାତୀଟିର ମୃତ୍ୟୁ ହୋଇଥିବା ସୂଚନା ରହିଛି। ତେବେ ହାତୀଟିର କିପରି ମୃତ୍ୟୁ ଘଟିଲା ତାର କାରଣ ଅସ୍ପଷ୍ଟ ରହିଛି। ହାତୀଟିକୁ ଟ୍ରାଙ୍କୁଲାଇଜ୍‌ କରିବା ସମୟରେ ମାତ୍ରାଧିକ ନିଶା ଦେବା ଯୋଗୁ ତାର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। 

Comments (0)
Add Comment