ଦିନିକିଆ ବିଶ୍ୱକପ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷଣା

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବ ଆଇସିସି ଦିନିକିଆ ବିଶ୍ୱକପ୍‌ । ଏଥିପାଇଁ ଆଜି ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ରୋହିତଙ୍କ ନେତୃତ୍ୱରେ ଭାରତୀୟ ଦଳ ପଡିଆକୁ ଓହ୍ଲାଇବ । ହାର୍‌ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ ଅଧିନାୟକ ଭାର ଦିଆଯାଇଛି । ଘୋଷଣା କରାଯାଇଥିବା ଭାରତୀୟ ୧୫ ଜଣିଆ ସ୍କ୍ୱାର୍ଡ- ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାଶ ଆୟାର, ଈଶାନ କିଶାନ, କେଏଲ ରାହୁଲ, ହାର୍‌ଦ୍ଦିକ ପାଣ୍ଡ୍ୟା (ଉପ ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍‌ଦ୍ଦୁଳ ଠାକୁର, ଯଶପ୍ରୀତ ବୁମରାହ, ମହମ୍ମଦ ସାମି, ମହମ୍ମଦ ସିରାଜ ଓ କୂଲଦୀପ ଯାଦବ । ସୂଚନା ଅନୁଯାୟୀ, ଅକ୍ଟୋବର ୫ ତାରିଖରେ ଦିନିକିଆ କ୍ରିକେଟ ବିଶ୍ୱକପ୍‌ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍‌ ପୂର୍ବ ଚାମ୍ପିଅନ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ।

Comments (0)
Add Comment