ଭୁବନେଶ୍ୱର: ଏଥର ଓଡ଼ିଶାରେ ସାଲିସବିହୀନ ଲଢେଇ ହେବ । ଆଉ ଆମେ ସରକାର ଗଢିବୁ । ଏଭଳି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । କେନ୍ଦ୍ର ନେତୃବୃନ୍ଦଙ୍କ ସହ ଆଲୋଚନା ପାଇଁ ଦିଲ୍ଲୀ ଗସ୍ତରେ ଥିବା ଶ୍ରୀ ସାମଲ ଏଭଳି କହିଛନ୍ତି ।
ଏହାଛଡ଼ା ସେ କହିଛନ୍ତି ଯେ ଓଡ଼ିଶାରେ ବ୍ୟାପକ ପରିବର୍ତ୍ତନ ହେବ । ରାଜ୍ୟରେ ଲୋକଙ୍କ ଭିତରେ ଆକ୍ରୋଶ ରହିଛି, ପରିବର୍ତ୍ତନ ନିଶ୍ଚିତ ହେବ । ଶାସନ ପରିବର୍ତ୍ତନ ପାଇଁ ଲୋକେ ମନ ସ୍ଥିର କରିସାରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାହା କହନ୍ତି, ତାହା କରନ୍ତି । ଲୋକେ ଏହା ଗ୍ରହଣ ସାରିଛନ୍ତି । ନିଶ୍ଚିତଭାବେ ଓଡ଼ିଶାରେ ଏକ ପଜିଟିଭ ଭୋଟ ହେବ । ରାଜ୍ୟ ସରକାରଙ୍କ ବିଫଳତା ପାଇଁ ନେଗେଟିଭ ଭୋଟ ମଧ୍ୟ ହେବ । ୫ ବର୍ଷ ଶାସନରେ ରାଜ୍ୟର ମାନଚିତ୍ର ବଦଳାଇ ହେବ । କିନ୍ତୁ ଓଡ଼ିଶାରେ ୨୫ ବର୍ଷରେ ବଦଳିନି । ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବାବେଳେ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି । ପୂର୍ବତନ ମନ୍ତ୍ରୀ ଥାନା ଭାଙ୍ଗି ଦେଉଥିବାବେଳେ ପ୍ରଶାସନ ଚୁପ । ଏଥର ସାଲିସବିହୀନ ଲଢେଇ ହେବ । ଆମେ ସରକାର ଗଢିବୁ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।