ନକଲି ନୋଟ ମାଫିଆଙ୍କର ଟାର୍ଗେଟରେ ପାର୍ବଣଋତୁ

ଭୁବନେଶ୍ୱର: ଆଗକୁ ଆସୁଛି ଦଶହରା । କଙ୍କଡାକୁ ଗୋଳି ପାଣି ସୁହାଇଲା ଭଳି ବଜାର ଘାଟରେ ଦୋକନରେ ଭିଡ ଜମିବ, କାରବାର ବଢ଼ିବ ଆଉ ଟଙ୍କାର ଲେଣଦେଣ ବି ବଢ଼ିବ । ସେଥିପାଇଁ ପାର୍ବଣଋତୁକୁ ନଜରରେ ରଖି ନକଲି ଟଙ୍କା ମାଫିଆମାନେ ଏବେ ଖୁବ୍‌ ସକ୍ରିୟ ହୋଇଯାଇଛନ୍ତି । ଜାଲ୍‌ନୋଟ୍‌ ଛପା କାରବାର ଏବେ ଜୋର ଧରିଲାଣି । ସୋନପୁରରୁ ୪୧ ଲକ୍ଷ ଟଙ୍କାର ଜାଲ୍‌ ନୋଟ୍‌ ଜବତ କରାଯିବା ପରେ ଏହାକୁ ଛାପୁଥିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ଟଙ୍କା ଛାପିବା ପାଇଁ ବ୍ୟବହାର ହେଉଥିବା ସରଞ୍ଜାମ ଏବଂ କଞ୍ଚାମାଲ ଜବତ କରାଯାଇଛି । ସେମାନେ ରାଜଧାନୀ ଦେଇ ଜାଲନୋଟ୍‌ ରାଜ୍ୟ ବାହାରକୁ ଯାଉଥିବାର ଏସ୍‌ଟିଏଫ୍‌ ଆଗରେ ସ୍ୱୀକାର କରିଛନ୍ତି । ମାଫିଆ ମାନେ କୋଲକାତା ଏବଂ ଗୁଜରାଟରୁ ଜାଲ୍‌ନୋଟ୍‌ ଛାପିବାର କୌଶଳ ଶିକ୍ଷା କରି ଏଠାରେ ଛାପୁଛନ୍ତି । ନୋଟ୍‌ ଛପା ସରିବା ପରେ ରାଜଧାନୀରେ ଡିଲ୍‌ ହୋଇ ନକଲି ଟଙ୍କା ସିଧା ପଡୋଶୀ ରାଜ୍ୟକୁ ଯାଉଛି । ବିଶେଷକରି ରାଜଧାନୀ ଉପକଣ୍ଠ, ବସ୍ତି ଅଞ୍ଚଳ ଏବଂ ଆଦିବାସୀ ଅଞ୍ଚଳକୁ ଏହି ଟଙ୍କା ଛଡା ଯାଉଛି । ଏସ୍‌ଟିଏଫ୍‌ ଗତବର୍ଷ ରାଉରକେଲା ସେକ୍ଟର-୧୫ ଥାନା ଅଞ୍ଚଳରୁ ୧୬ଲକ୍ଷ ୧୧ହଜାର ଟଙ୍କା ଜାଲ୍‌ ନୋଟ୍‌ ଜବତ କରିବା ପରେ ସବୁ କିଛି ପଦାକୁ ଆସିଥିଲା । ରାଜଧାନୀରୁ ଏହି ଜାଲ୍‌ନୋଟ୍‌ ରାଜ୍ୟ ଭିତରେ ବିଭିନ୍ନ ଜିଲ୍ଲା ଏବଂ ରାଜ୍ୟ ବାହାରକୁ ଯାଉଛି ।
ଗିରଫ ଅଭିଯୁକ୍ତ ଭିତରୁ ଜଣେ ଏହି ରାକେଟ୍‌ ବିଷୟରେ ଅଧିକ ତଥ୍ୟ ଦେଇ ଏହି ରାକେଟ୍‌ରେ ୪୦ରୁ ଅଧିକ ଲୋକ ସାମିଲ୍‌ ଅଛନ୍ତି । ପ୍ରତି ୧ ଲକ୍ଷ ଜାଲ୍‌ନୋଟ୍‌ ପାଇଁ ୨୫ରୁ ୩୦ ହଜାର ଟଙ୍କାର ଅସଲି ନୋଟ୍‌ ମିଳୁଥିଲା ବୋଲି କହିଛି ।

Comments (0)
Add Comment