ୱାଶିଂଟନ୍: ଭାରତୀୟ ବଂଶୋଦ୍ଭବ ସଫ୍ଟୱେର୍ ଏବଂ ରୋବୋଟିକ୍ସ ଇଞ୍ଜିନିୟର ଅମିତ କ୍ଷତ୍ରିୟଙ୍କୁ ଆମେରିକୀ ମହାକାଶ ଏଜେନ୍ସୀ ନାସାର ନୂଆ କାର୍ଯ୍ୟକ୍ରମ ‘ଚନ୍ଦ୍ରରୁ ମଙ୍ଗଳ’ର ପ୍ରଥମ ମୁଖ୍ୟ ଭାବେ ଜଣେ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ଅମିତ କ୍ଷତ୍ରିୟଙ୍କୁ ନିଯୁକ୍ତ କରାଯାଇଛି । ଏଜେନ୍ସି ପକ୍ଷରୁ ଗୁରୁବାର ଜାରି ଏକ ବିଜ୍ଞପ୍ତିରେ ଏହା ପ୍ରକାଶ କରାଯାଇଛି ।ଶ୍ରୀ କ୍ଷତ୍ରିୟ ୨୦୦୩ ମସିହାରେ ମହାକାଶ ବିଜ୍ଞାନରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଏବଂ ମୁଖ୍ୟତଃ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)ର ରୋବୋଟିକ୍ ଏକୀକରଣ (ଆସେମ୍ବ୍ଲିଂ) ଉପରେ ଧ୍ୟାନ ଦେଇଥିଲେ । ସଫ୍ଟୱେର ଇଞ୍ଜିନିୟରିଂ ଓ ରୋବୋଟିକ୍ସ ଇଞ୍ଜିନିୟରି ଏବଂ ମହାକାଶଯାନ ଅପରେଟର ଭାବରେ କାର୍ଯ୍ୟ କରି ବାରେ ତାଙ୍କର ଅଭିଜ୍ଞତା ଅଛି ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନାସା ଚନ୍ଦ୍ରରେ ଦୀର୍ଘକାଳୀନ ଉପସ୍ଥିତି ସୁନିଶ୍ଚିତ କରିବାକୁ ଯୋଜନା କରିଛି, ଫଳରେ ମଙ୍ଗଳ ଗ୍ରହ ସମ୍ପର୍କରେ ଅଧିକ ଗବେଷଣା କରାଯାଇପାରିବ ଏବଂ ଯାହା ଫଳରେ ଏହି ଗ୍ରହକୁ ମାନବ ସଭ୍ୟତାର ପରବର୍ତ୍ତୀ ବିଶାଳ ଯୋଜନା ପାଇଁ ପ୍ରସ୍ତୁତ କରାଯିବ । ଶ୍ରୀ କ୍ଷତ୍ରିୟ ତୁରନ୍ତ ଏହି କାର୍ଯ୍ୟାଳୟର ପ୍ରଥମ ମୁଖ୍ୟ ଭାବେ ଯୋଗଦେବେ ବୋଲି ନାସା ପ୍ରଶାସକ ବିଲ୍ ନେଲସନ ଏକ ବିବୃତିରେ କହିଛନ୍ତି । ସେ କହିଛନ୍ତି ଯେ ଚନ୍ଦ୍ରରୁ ମଙ୍ଗଳ କାର୍ଯ୍ୟକ୍ରମ ନାସାର ଚନ୍ଦ୍ରରେ ବିଭିନ୍ନ ନୂତନ ଅଭିଯାନ କରିବା ଏବଂ ମଙ୍ଗଳଗ୍ରହରେ ପ୍ରଥମ ମନୁଷ୍ୟ ଅବତରଣ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ । ଉଲ୍ଲେଖଯୋଗ୍ୟ ଏବେ ଶ୍ରୀ କ୍ଷତ୍ରିୟ ତାଙ୍କ ନୂଆ ଭୂମିକାରେ ଚନ୍ଦ୍ର ଓ ମଙ୍ଗଳ ଗ୍ରହକୁ ମାନବ ଅଭିଯାନ ପାଇଁ କାର୍ଯ୍ୟକ୍ରମ ଯୋଜନା ଓ କାର୍ଯ୍ୟକାରିତା ଦାୟିତ୍ୱରେ ରହିବେ ।