ନୀତୀଶ କୁମାରଙ୍କୁ ଖାଦ୍ୟରେ ଦିଆଯାଉଛି ବିଷ :ଜିତନରାମ ମାଂଝି

ନୂଆଦିଲ୍ଲୀ: ବିହାରର ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶ କୁମାରଙ୍କୁ ହଟାଇ ତାଙ୍କ ସ୍ଥାନରେ ଆଉ ଜଣେ ମୁଖ୍ୟମନ୍ତ୍ରୀ ହେବାକୁ ଷଡ଼୍‌ଯନ୍ତ୍ର କରୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ବିଷ ମିଶ୍ରିତ ଖାଦ୍ୟ ଦିଆଯାଉଛି ବୋଲି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତିନରାମ ମାଂଝି ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଏହାର ପ୍ରଭାବ ତାଙ୍କଠାରେ ଦେଖିବାକୁ ମିଳିଛି। ଏବଂ ଏଥିପାଇଁ ଏଭଳି କରାଯାଉଛି ବୋଲି । ‘ଏହି ବିଷ ମିଶ୍ରିତ ଖାଦ୍ୟର ପ୍ରଭାବ ଯୋଗୁଁ ପ୍ରଥମେ ନୀତୀଶ ମହିଳାଙ୍କ ବିରୋଧରେ ଅତ୍ୟନ୍ତ ଆପତ୍ତିଜକ ଟିପ୍ପଣୀ ଦେଇଥିଲେ ଏବଂ ଗତକାଲି ମତେ ବିଧାନସଭାରେ ଅପମାନିତ କରି ନୀତୀଶ ନିଜକୁ ମୁର୍ଖ ବୋଲି କହିଥିଲେ’ ବୋଲି ମାଂଝି କହିଛନ୍ତି। ଏଭଳି ସ୍ଥିତିରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଦୀପାବଳି ପରେ ବିହାର ସ୍ଥିତି ସମୀକ୍ଷା କରି ସେଠାରେ ରାଷ୍ଟ୍ରପତି ଶାସନ ଲଗାଇବାକୁ ସେ ଦାବି କରିଛନ୍ତି। ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା (ଏଚ୍ଏଏମ୍) ସୁପ୍ରିମୋ ଜିତନରାମ ମାଝି ଆଜି ଗଣମାଧ୍ୟମ ସହ ଆଲୋଚନା କଲାବେଳେ ନୀତୀଶଙ୍କୁ ଟାର୍ଗେଟ କରିଥିଲେ ଏବଂ ସେ ଷଡ଼୍‌ଯନ୍ତ୍ରର ଶିକାର ହୋଇଥିବା କହିଥିଲେ। ନୀତୀଶ ଏବେ କୌଣସି ବିଷାକ୍ତ ଖାଦ୍ୟ ପ୍ରଭାବରେ ରୁଗ୍‌ଣ ହୋଇପଡ଼ିଛନ୍ତି ଏବଂ ଗତ ୩ ଦିନ ଧରି ଅଜବ ଆଚରଣ ଦେଖାଉଛନ୍ତି ବୋଲି ମାଂଝି କହିଛନ୍ତି।

Comments (0)
Add Comment