ପରଲୋକରେ ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି

ଭୁବନେଶ୍ବର: ବରିଷ୍ଠ ରାଜନେତା ତଥା ଓଡ଼ିଶାର ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କର ଆଜି ପରଲୋକ ହୋଇଛି। ଗତ କିଛିଦିନ ଧରି ଗୁରୁତର ଅସୁସ୍ଥ ଥିବା ଶ୍ରୀ ମହାନ୍ତି ନଭେମ୍ବର ପହିଲାରୁ ଭୁବନେଶ୍ବରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆଜି ଶ୍ରୀ ମହାନ୍ତିଙ୍କର  ବିୟୋଗ ହୋଇଥିବା ଜଣାପଡିଛି ।

ସ୍ବର୍ଗତ ମହେଶ୍ବର ମହାନ୍ତି ରାଜ୍ୟର ଜଣେ ସଫଳ ରାଜନେତା ଭାବେ ପରିଗଣିତ ହେଉଥିଲେ। ୧୯୫୬ ମସିହା  ଫେବ୍ରୁଆରି ୨୬ ତାରିଖରେ ସେ ଜନ୍ମ ଗ୍ରହଣ କରିଥିଲ । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ଏମଏ ପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏଲଏଲବି ଅଧ୍ୟୟନ କରିଥିଲେ । ଆଇନଜୀବୀ ଭାବରେ ପେସାଦାର ଜୀବନ ଆରମ୍ଭ କରିଥିଲେ ମହେଶ୍ବର। ଏହାପରେ ସେ ରାଜନୀତିରେ ପ୍ରବେଶ କରିଥିଲେ। ପ୍ରଥମେ କାଉନସିଲରରୁ ବାଚସ୍ପତି ହୋଇଥିଲେ ମହେଶ୍ବର ମହାନ୍ତି । ପୁରୀରୁ କାଉନସିଲର୍ ଭାବେ ରାଜନୈତିକ କ୍ୟାରିୟର୍ ଆରମ୍ଭ କରିଥିଲେ ମହେଶ୍ବର । ପରେ ପରେ ପୁରୀ ପୌରପାଳିକାର ଅଧ୍ୟକ୍ଷ ଥିଲେ । ୧୯୯୫ରେ ଜନତା ଦଳରୁ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଲଗାତାର ୫ ଥର ବିଧାୟକ ନିର୍ବାଚିତ ହୋଇଥିବା ମହେଶ୍ବର ପ୍ରଥମେ ୧୯୯୫ରେ ଜନତା ଦଳରୁ ବିଧାୟକ ହୋଇଥିଲେ । ଏହାପରେ ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ କ୍ରମାଗତ ଭାବେ ବିଜେଡିରୁ ବିଧାୟକ ହୋଇ ପୁରୀର ପ୍ରତିନିଧିତ୍ବ କରି ଆସୁଥିଲେ ମହେଶ୍ବର । ୨୦୦୪ ମସିହାରୁ ୨୦୦୮ ପର୍ଯ୍ୟନ୍ତ ସେ ବିଧାନସଭାର ବାଚସ୍ପତି ପଦବୀ ସମ୍ଭାଳି ଥିଲେ । ୨୦୧୧ ରୁ ୨୦୧୯ ଭିତରେ ସେ ପଞ୍ଚାୟତିରାଜ, ରାଜସ୍ୱ, ଆଇନ, ପର୍ଯ୍ୟଟନ, ଯୋଜନା ଓ ସଂଯୋଜନା ଭଳି ପ୍ରମୁଖ ବିଭାଗର ମନ୍ତ୍ରୀ ପଦବୀରେ ଥିଲେ।

Comments (0)
Add Comment