ପରଲୋକରେ ଆଳିର ପୂର୍ବତନ ବିଧାୟିକା

ଆଳି : ପରଲୋକରେ ଆଳିର ପୂର୍ବତନ ବିଧାୟିକା ତଥା ଶିଳ୍ପମନ୍ତ୍ରୀ ପ୍ରତାପ ଦେବଙ୍କ ମାଆ ସୁଶ୍ରୀ ଦେବୀ। ୭୩ ବର୍ଷ ବୟସରେ ଆଜି କଟକ ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି।

୧୦ ଅକ୍ଟୋବର ୧୯୫୦ରେ ଜନ୍ମ ଗ୍ରହଣ କରିଥିବା ସୁଶ୍ରୀ ଦେବୀ ୧୯୭୧ରେ ଜନତା ଦଳରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ୧୯୯୦ରେ ଜନତା ଦଳରୁ ସୁଶ୍ରୀ ଦେବୀ ବିଧାୟିକ ଭାବେ ଦଶମ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଆଳି ନିର୍ବାଚନ ମଣ୍ଡଳୀରୁ ସୁଶ୍ରୀ ଦେବୀ କଂଗ୍ରେସ ପ୍ରାର୍ଥୀ ଦୋଳଗୋବିନ୍ଦ ନାୟକଙ୍କୁ ପରାସ୍ତ କରିଥିଲେ।୧୯୯୦ ରୁ ୯୫ ମସିହା ଯାଏ ୫ ବର୍ଷ ଧରି ବିଧାୟିକା ଭାବରେ ଜନନେତ୍ରୀ ସୁଶ୍ରୀ ଦେବୀ ସାରା ନିର୍ବାଚନ ମଣ୍ଡଳୀରେ ନିଜର ନିଆରା ପଣର ବ୍ୟବହାର ଯୋଗୁ ସେ ସବୁ ମହଲରେ ଖୁବ ଆପଣାର ହୋଇଥିଲେ। ପରବର୍ତ୍ତୀ ଅବସ୍ଥାରେ ସେ ରାଜ୍ୟସଭା ର ସାଂସଦ ଭାବରେ ମଧ୍ୟ ୬ ବର୍ଷ କାଳ ନିଜର ରାଜନୈତିକ ଦକ୍ଷତାର ପରିଚୟ ଦେଇଥିଲେ ।

ଏହାପରେ ଶିଳ୍ପ କମିଟି ଓ ଜଳ ସମ୍ପଦ ମନ୍ତ୍ରଣାଳୟର କନସଲଟେଟିଭ କମିଟିର ସଦସ୍ୟ ଭାବେ ଦାୟିତ୍ବ ସମ୍ପାଦନ କରିଥିଲେ। ଏଥି ସହିତ ତିନି ବର୍ଷ ପର୍ୟ୍ୟନ୍ତ ଲିଫ୍ଟ୍ ଇରିଗେସନ୍ କର୍ପୋରେସନ ଓଡ଼ିଶାର ଡିରେକ୍ଟର, ପାଞ୍ଚ ବର୍ଷ ପର୍ୟ୍ୟନ୍ତ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗରେ ସଦସ୍ୟ , ଚାରି ବର୍ଷ ପର୍ୟ୍ୟନ୍ତ ଟିଏସି ଓଡ଼ିଶାରେ ସଦସ୍ୟ,ଚାରି ବର୍ଷ ପର୍ୟ୍ୟନ୍ତ କନସଲଟେଟିଭ୍ ଜଳସେଚନ କମିଟିର ସଦସ୍ୟ  ଓ ଦୁଇ ବର୍ଷ ପର୍ୟ୍ୟନ୍ତ ଶ୍ରୀ ବିହାର ସଂସ୍କୃତ ବିଶ୍ୱବିଦ୍ୟାଳୱ, ପୁରୀ ସହ ଜଡ଼ିତ ଥିଲେ । 

Comments (0)
Add Comment