ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ପାଇକ ଏକାଡେମୀ ପ୍ରତିଷ୍ଠା ନେଇ ଓଡିଶା ସରକାରଙ୍କ ନିଷ୍ପତ୍ତିକୁ ବିରୋଧୀ ବିଜେପି ଓ କଂଗ୍ରେସ କଡା ସମାଲୋଚନା କରିବା ସହ ଏହା ଏକ ରାଜନୈତିକ ଚାଲ୍ ବୋଲି ଅଭିଯୋଗ କରିଛନ୍ତି । ବିରୋଧିମାନେ ଅଭିଯୋଗ କରିଛନ୍ତି, ରାଜ୍ୟ ସରକାର ପୂର୍ବରୁ ଏକ ସଂଗ୍ରାହଳୟ ଓ ପାଇକ ଏକାଡେମୀ ପ୍ରତିଷ୍ଠା କରିଥିଲେ, ଯାହା ପରବର୍ତ୍ତୀ ସମୟରେ ବନ୍ଦ ହୋଇଯାଇଥିଲା । ପୂର୍ବରୁ ପ୍ରତିଷ୍ଠା କରାଯାଇଥିôବା ଏହି ଅନୁଷ୍ଠାନ ରାଜ୍ୟ ସରକାର କାହିଁକି ବନ୍ଦ କରିଦେଲେ ତାହାର ଉତ୍ତର ଦେବା ପାଇଁ ବିରୋଧି ପ୍ରଶ୍ନ କରିଛନ୍ତି । ପୁରୁଣା ଅନୁଷ୍ଠାନ ଭଳି ବର୍ତ୍ତମାନ ପ୍ରତିଷ୍ଠା ହୋଇଥିବା ଅନଷ୍ଠାନ ମଧ୍ୟ ଖୁବଶୀଘ୍ର ନିର୍ବାଚନ ସରିବା ପରେ ବନ୍ଦ ହୋଇଯିବ । ଏହା ବିଜେଡି ସରକାରଙ୍କର ଏକ ନିର୍ବାଚନୀ ଚାଲ ବୋଲି ବିରୋଧି ଅଭିଯୋଗ କରିଛନ୍ତି । ତେବେ ବିରୋଧିଙ୍କର ଏହି ଅଭିଯୋଗକୁ ଖଣ୍ଡନ କରି ମନ୍ତ୍ରୀ ପ୍ରତାପ ଦେବ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରି କହିଛନ୍ତି, ଏହା କେନ୍ଦ୍ର ସହ ପ୍ରତିଯୋଗିତା ନୁହେଁ । ପାଇକ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ସରକାର ବଦ୍ଧପରିକର ବୋଲି ସେ କହିଥିଲେ ।
ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ପାଇକ ସମାଜ ପକ୍ଷରୁ ମଧ୍ୟ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଶେଷରେ ସରକାର ନିଜ ସମ୍ପ୍ରଦାୟର ଇତିହାସ ଓ ସଂସ୍କୃତିକୁ ସମ୍ମାନ ଦେବା ପାଇଁ ପଦକ୍ଷେପ ନେଉଥିବାରୁ କିଛି ଲୋକ ଖୁସି ଅଛନ୍ତି । ତେବେ ସରକାରଙ୍କ ଉଦ୍ଦେଶ୍ୟକୁ ନେଇ ଅନ୍ୟମାନେ ସନ୍ଦିହାନ ଥିବା ବେଳେ ପ୍ରକୃତରେ ଏକାଡେମି କାର୍ଯ୍ୟକାରୀ ହେଉଛି କି ନାହିଁ ତାହାକୁ ଅପେକ୍ଷା କରିଛନ୍ତି । ପାଇକ ବିଦ୍ରୋହ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଏଭଳି ରାଜନୈତିକ ବୟାନ ବାଜି ଏହି ପାଇକ ଏକାଡେମୀ ବିବାଦକୁ ବଢ଼ାଇବାରେ ଲାଗିଛି । ପାଇକମାନେ ଏକ ଗୌରବମୟ ଜାତି, ଯାହାର ଏକ ସମୃଦ୍ଧ ଇତିହାସ ରହିଛି ଏବଂ ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କ ଅବଦାନକୁ ସ୍ୱୀକୃତି ଦେବାକୁ ଦାବି କରୁଛନ୍ତି । ତେବେ ପାଇକମାନଙ୍କୁ ସମ୍ମାନିତ କରିବା ପାଇଁ ସରକାରଙ୍କ ଉଦ୍ୟମକୁ ନେଇ ଅନେକ ସମୟରେ ବିବାଦ ଦେଖାଦେଇଥିବା ବେଳେ ରାଜନୈତିକ ଦଳମାନେ ଏହି ପ୍ରସଙ୍ଗକୁ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରିବାକୁ ଚେଷ୍ଟା କରୁଥିବା ପରି ମନେ ହେଉଛି ।