ଦିଘା:ପଶ୍ଚିମବଙ୍ଗର ଦିଘା ମୁହାଣରେ ଥିବା ମାଛ ମାର୍କେଟରେ ଆଜି ଏକ ବିରାଟକାୟ କୋଇଭୋଲା ମାଛ ବିକ୍ରି ହୋଇଛି । ମାଛଟିର ଓଜନ ୨ କୁଇଣ୍ଟାଲ ଥିଲା । କୋଲକାତାର ଏକ ଫାର୍ମା କମ୍ପାନୀ ମାଛଟିକୁ ୧ ଲକ୍ଷ ୨୭ ହଜାର ଟଙ୍କାରେ କିଣି ଥିଲା । ପାରାଦୀପରୁ ଏହି ମାଛଟିକୁ ଧରାଯାଇଥିଲା । ପାରାଦୀପର ମତ୍ସ୍ୟଜୀବୀମାନେ ମାଛଟିକୁ ବିକ୍ରି କରିବା ପାଇଁ ଦିଘା ନେଇଥିଲେ । ଏହି ମାଛ ଗଭୀର ସମୁଦ୍ରରେ ଦେଖାଯାଏ । ଏହି ମାଛରୁ ଔଷଧ ତିଆରି ହୋଇଥାଏ । ବିଦେଶରେ ଏହି ମାଛର ଅଧିକ ଚାହିଦା ରହିଛି । ବଡ ବଡ ଔଷଧ ପ୍ରସ୍ତୁତକାରୀ କମ୍ପାନୀମାନେ ଏହାକୁ କିଣିଥାଆନ୍ତି । ଦିଘାର ମାଛ ବ୍ୟବସାୟୀ କହନ୍ତି ଯେ ପୂର୍ବରୁ ୩୦ରୁ ୪୦ କିଲୋ ଓଜନର କିଛି କୋଇଭୋଲା ମାଛ ଧରାପଡିଥିଲେ ତେବେ ଆଜି ବିକ୍ରି ହୋଇଥିବା କୋଇଭୋଲ ମାଛଟି ବିକ୍ରି ର ଓଜନ ୨୦୦ କିଲୋ ଥିଲା । ଦିଘା ମାଛ ମାର୍କେଟରେ ଆଜି ୨ କୁଇଣ୍ଟାଲ ଓଜନର ବିରାଟକାୟ କୋଇଭୋଲା ମାଛଟିକୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା ।