ମୁମ୍ବାଇ: ଗତ କିଛି ଦିନ ହେବ ଜାତୀୟ ଗଣମାଧ୍ୟମରେ କ୍ରିକେଟର୍ ବିରାଟ କୋହଲି ଓ ବଲିଉଡ ହିରୋଇନ୍ ଅନୁଷ୍କା ଶର୍ମା ଦ୍ୱିତୀୟ ଥର ପାଇଁ ପିତାମାତା ହେବାୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଏହି ଚର୍ଚ୍ଚାର ମୁଖ୍ୟ କାରଣ ହେଉଛି ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ କ୍ଲିନିକ୍ ସମ୍ମୁଖରେ ଏହି ସେଲିବ୍ରିଟି କପଲଙ୍କୁ ପାପାରାଜିମାନେ ଭେଟିଥିଲେ । ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁସାରେ ଅନୁଷ୍କା ପୁନର୍ବାର ମାଆ ବନିବାକୁ ଯାଉଛନ୍ତି । ବିରୁଷ୍କାଙ୍କ ଘରେ ପୁଣି ଏକ କୁନି ପିଲାର ଆଗମନ ହେବାକୁ ଯାଉଛି ବୋଲି ପ୍ରକାଶ ପାଇଛି । ଅଭିନେତ୍ରୀ ଦ୍ୱିତୀୟ ଥର ମାଆ ହେବାକୁ ଯାଉଥିବା ବେଳେ ପତି-ପତ୍ନୀ ପୂରା ପ୍ରସ୍ତୁତି ଆରମ୍ଭ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି । ୨୦୧୭ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ରିକେଟର୍ ବିରାଟ କୋହଲି । ବିବାହର ୩ ବର୍ଷ ପରେ ୨୦୨୧ ମସିହାରେ ସେମାନଙ୍କର ଏକ ଝିଅ ଭାମିକା ଜନ୍ମ ହୋଇଥିଲା ତେବେ ନିଜ ବ୍ୟକ୍ତଗତ ଜୀବନକୁ ଗୋପନୀୟ ରଖିବାକୁ ଇଚ୍ଛାକରୁ ଥିବା ଏହି ଦମ୍ପତ୍ତି ଅନେକ ଦିନ ପର୍ଯ୍ୟନ୍ତ ଭାମିକାର ଫଟୋ ଲୋକଙ୍କୁ ଦେଖାଇନଥିଲେ ତେଣୁ ବୋଧହୁଏ ଏଭଳି ଚର୍ଚ୍ଚାକୁ ଏଡାଇବା ପାଇଁ ଏବେ ଅନୁଷ୍କା ଶର୍ମାଙ୍କୁ କୌଣସି ସାମାଜିକ ଉତ୍ସବରେ ଦେଖିବାକୁ ମିଳୁନାହିଁ ବୋଲି ଚର୍ଚ୍ଚା ହେଉଛି ।