ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା କଟକଣା । ଏଣିକି ବାହାର ଜିଲ୍ଲାର ଶବ ହୋଇପାରିବ ସତ୍କାର । କରୋନାରେ ମୃତ ବ୍ୟକ୍ତିଙ୍କ ଶବଦାହ ପାଇଁ ରହିବ କଟକଣା ।

ପୁରୀ ସ୍ବର୍ଗଦ୍ବାରରୁ ହଟିଲା କଟକଣା । ଏବେ ସ୍ବର୍ଗଦ୍ବାରରେ ଅନ୍ୟ ଜିଲ୍ଲାର ଶବ ସତ୍କାର କରାଯାଇପାରିବ । ଅନ୍ତିମ ସଂସ୍କାର ବେଳେ ୨୦ ଜଣରୁ ଅଧିକ ରହି ପାରିବେନି । ହେଲେ କରୋନାରେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ କଟକଣା ରହିବ ବୋଲି ପୁରୀ ଜିଲ୍ଲାପାଳ ବଳୱନ୍ତ ସିଂ ସୂଚନା ଦେଇଛନ୍ତି । ପୁରୀ ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଅନ୍ତିମ ସଂସ୍କାର ସମୟରେ କୋଭିଡ୍ ଗାଇଡ୍ ଲାଇନ୍ ପାଳନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । କରୋନା ସଂକ୍ରମଣ ରୋକିବା ପାଇଁ ପୁରୀ ଜିଲ୍ଲା ବାହାରର ଶବକୁ ସ୍ବର୍ଗଦ୍ବାରରେ ସତ୍କାର ଉପରେ ରୋକ୍ ଲଗାଇଥିଲା ପୁରୀ ଜିଲ୍ଲା ପ୍ରଶାସନ । ଶବଦାହ ସହିତ ବାହାର ଜିଲ୍ଲାରୁ ଲୋକମାନେ ଆସୁଥିବାରୁ ପୁରୀରେ କରୋନା ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଥିବାରୁ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିଲେ ।

ବର୍ତ୍ତମାନ ପୁରୀରେ ସଂକ୍ରମଣ ହାର ଅନ୍ୟ ଜିଲ୍ଲା ତୁଳନାରେ କମ ଥିବାରୁ କଟକଣା ହଟାଯାଇଛି । ଶବଦାହ ସମୟରେ ମାସ୍କ ପରିଧାନ, ସାନିଟାଇଜର ବ୍ୟବହାର କରିବା ସହ ସାମାଜିକ ଦୂରତା ଉପରେ ମଧ୍ୟ ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି ।

Comments (0)
Add Comment