ପେଟ୍ରୋଲ ପମ୍ପ ବିସ୍ଫୋରଣର କାରଣ ଖୋଜୁଛି କେନ୍ଦ୍ରୀୟ ଟିମ । ପେଟ୍ରାଲ ଓ ଗ୍ୟାସ ମନ୍ତ୍ରାଳୟର ୪ ଜଣିଆ ଦଳର ତଦନ୍ତ ।

ପେଟ୍ରୋଲ ପମ୍ପ ବିସ୍ଫୋରଣର କାରଣ ଖୋଜୁଛି କେନ୍ଦ୍ରୀୟ ଟିମ । ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାର ତଦନ୍ତ ଜାରି ରହିଛି । ଆଜି କେନ୍ଦ୍ର ପେଟ୍ରୋଲ ମନ୍ତ୍ରାଳୟର ୪ ଜଣ ସ୍ୱତନ୍ତ୍ର ଅଧିକାରୀ ଆସି ଯାଂଚ କରିଛନ୍ତି । ପେଟ୍ରୋଲ ପମ୍ପରେ ଥିବା ଗ୍ୟାସ ଟାଙ୍କି କାହିଁକି ଫାଟିଲା, କେମିତି ଫାଟିଲା, କାହା ଅବହେଳା ଏଥି ପାଇଁ ଦାୟୀ, ତାର କାରଣ ଖୋଜୁଛନ୍ତି କେନ୍ଦ୍ରୀୟ ଟିମ । ତେବେ ଭୂତଳ ଗ୍ୟାସ ଚାମ୍ବର ବିସ୍ଫୋରଣ ହେବା ଅତି ଆଶ୍ଚର୍ଯ୍ୟଜନକ ବୋଲି ତଦନ୍ତକାରୀ ଦଳ କହିଛନ୍ତି । ପୂର୍ବରୁ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାର ତଦନ୍ତ କ୍ୟାପିଟାଲ ଥାନା ପୁଲିସ କରୁଛି । ଏହି ଯାଞ୍ଚ ସମୟରେ କ୍ୟାପିଟାଲ ଥାନା ପୋଲିସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଥିଲେ ।

ଗତ କିଛି ଦିନ ତଳେ ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ଭୟଭଙ୍କର ବିସ୍ଫୋରଣ ହୋଇଥିଲା । ଫଳରେ ଅନେକ ଲୋକ ଏଥିରେ ଜଣକର ମୃତ୍ୟୁ ହୋଇଥିବା ବେଳେ କିଛି ଆହତ ହୋଇଥିଲେ । ଏଥିରେ ଜଣେ କର୍ମଚାରୀ ନିଖୋଜ ମଧ୍ୟ ହୋଇଛନ୍ତି । ଏଯାଏଁ ତାଙ୍କର କୌଣସି ପତ୍ତା ମିଳିପାରିନାହିଁ ।

Comments (0)
Add Comment