ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ୫୪ଟି ଟ୍ରେନ୍କୁ ବାତିଲ କଲା ପୂର୍ବତଟ ରେଳବାଇ । ବାତ୍ୟା ‘ମିଚାଉଁ’କୁ ଆଖି ଆଗରେ ରଖି ଭୁବନେଶ୍ବରରୁ ଛାଡୁଥିବା ୧୨ଟି ଟ୍ରେନ୍ ବାତିଲ୍ କଲା ରେଳବାଇ । ବାତିଲ ଟ୍ରେନ୍ଗୁଡ଼ିକ ମଧ୍ୟରେ ରହିଛି ପୁରୀ-ଚେନ୍ନାଇ, ଭୁବନେଶ୍ୱର-ତିରୁପତି, ଭୁବନେଶ୍ୱର-ବେଙ୍ଗାଲୁରୁ ଆଦି ଟ୍ରେନ୍। ଏଥିସହ ବିଶାଖାପାଟଣାରୁ ଚେନ୍ନାଇ ଓ ତିରୁପତିକୁ ଯାଉଥିବା ଟ୍ରେନ୍ ବି ବାତିଲ ହୋଇଥିବା ସୂଚନା ମିଳିଛି। ସମ୍ଭାବ୍ୟ ବାତ୍ୟା ଓ ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ୫୪ଟି ଟ୍ରେନ୍କୁ ବାତିଲ କରାଯାଇଛି।