ବୋରିଗୁମ୍ମା: କୋରାପୁଟ ଜିଲ୍ଲା କାମତା ଅଞ୍ଚଳରେ ବାପାଙ୍କ ଶବ ସତ୍କାର ପାଇଁ ପ୍ରସ୍ତୁତ କରିବା ବେଳେ ପୁଅ ଶବ ପାଲଟିଗଲେ । ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା କାମତା ଅଞ୍ଚଳର ଲକ୍ଷଣ ମଣ୍ଡଳଙ୍କର ମଙ୍ଗଳବାର ରାତିରେ କୋରାପୁଟରେ ମୃତ୍ୟୁ ହୋଇଥିଲା । ତାଙ୍କ ଶବ ସତ୍କାର ପାଇଁ ନିଜ ଗ୍ରାମ କାମତାକୁ ଆଣିଥିଲେ ପରିବାର ଲୋକେ । ବୁଧବାର ସକାଳୁ ସକାଳୁ ଶବ ସତ୍କାର ପାଇଁ ପ୍ରସ୍ତୁତି କରୁଥିବା ବେଳେ ତାଙ୍କ ପୁଅ ବେଣୁଧର ମଣ୍ଡଳଙ୍କ ମୁଣ୍ଡ ଉପରେ ଏକ ଗଛର ଡାଳ ପଡି ଯାଇଥିଲା । ଫଳରେ ଗଭୀର ଆଘାତ ଲାଗିବା । ସଙ୍ଗେ ସଙ୍ଗେ ପରିବାର ଲୋକେ ତାଙ୍କୁ ବୋରିଗୁମ୍ମା ମେଡ଼ିକାଲକୁ ଆଣିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଏହି ଘଟଣା ସମ୍ପର୍କରେ ଖବର ପ୍ରଚାର ହେବା ପରେ କାମତା ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଗୋଟିଏ ଜୁଇରେ ବାପା-ପୁଅଙ୍କ ଶବ ସତ୍କାର ହେବା ଘଟଣା ସତରେ ହୃଦୟ ବିଦାରକ ।