ବାପୁଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ:  ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୪ତମ ଜନ୍ମ ଜୟନ୍ତୀରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶ୍ରଦ୍ଧାସୁମନ ଅର୍ପଣ। ରାଷ୍ଟ୍ରପତି ଦୌପ୍ରଦି ମୁର୍ମୁଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଗାନ୍ଧିଜୀଙ୍କ ପ୍ରଭାବ ବିଶ୍ୱବ୍ୟାପୀ, ଏକତା ଏବଂ କରୁଣାକୁ ପ୍ରୋତ୍ସାହିତ କରିବା ପାଇଁ ସମଗ୍ର ବିଶ୍ୱବାସୀଙ୍କୁ ପ୍ରେରଣା ଯୋଗାଉଛି। ସେ ଆହୁରି କହିଛନ୍ତି, ‘ଗାନ୍ଧି ଜୟନ୍ତୀ ବିଶେଷ ଉତ୍ସବରେ ମୁଁ ମହାତ୍ମାଙ୍କୁ ପ୍ରଣାମ କରୁଛି। ତାଙ୍କର କାଳଜୟୀ ଶିକ୍ଷା ଆମ ପଥକୁ ଆଲୋକିତ କରିବାରେ ଲାଗିଛି। ମହାତ୍ମା ଗାନ୍ଧିଙ୍କ ପ୍ରଭାବ ବିଶ୍ୱବ୍ୟାପୀ, ଏକତା ଏବଂ କରୁଣା ମନୋଭାବ ସହ ଆଗକୁ ବଢାଇବା ପାଇଁ ସମଗ୍ର ମାନବଜାତିଙ୍କୁ ଉତ୍ସାହିତ କରୁଛି।’  ଏଥିସହ ବାପୁଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ। ବାପୁଙ୍କ ଏକତା ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ଆଜିର ଯୁବପିଢି ତାଙ୍କ ସ୍ୱପ୍ନକୁ ସାକାର କରନ୍ତୁ ବୋଲି କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

Comments (0)
Add Comment