ଭୁବନେଶ୍ବର: ରାଜଧାନୀରେ ଥିବା ୨୧ଟି ଆପାର୍ଟମେଣ୍ଟରେ ଗତ ମାସକରେ କଳାକନା ବୁଲାଇଛନ୍ତି ଲୁଟେରା । ସିକ୍ୟୁରିଟି ଗାର୍ଡ ଓ ସିସିଟିଭିକୁ ସେମାନଙ୍କ ଖାତିର ନାହିଁ । କେବଳ ପୋଲିସକୁ ଦୋଷ ନଦେଇ ଲୋକେ ନିଜେ ସଚେତନ ହୁଅନ୍ତୁ । ଘର ଛାଡ଼ି ବାହାରକୁ ଯିବା ବେଳେ ଅଜଣା ଲୋକଙ୍କୁ ନଜଣାଇବା ସହ ସୋସିଆଲ ମିଡିଆରେ ଫଟୋ ଆସିବା ପର୍ୟ୍ୟନ୍ତ ପୋଷ୍ଟ ନକରିବା ପାଇଁ ଟୁଇନ ସିଟି ବାସୀଙ୍କୁ ସଚେତନ କରିଛନ୍ତି ପୋଲିସ କମିଶନର। ଘର ଛାଡି ଯାଉଥିଲେ ସାବଧାନ। ବାହାରକୁ ଯିବା କଥା ଅଜଣା ଲୋକଙ୍କୁ ଜଣାନ୍ତୁ ନାହିଁ । ସୋସିଆଲ ମିଡିଆରେ ବି ଫଟୋ ପୋଷ୍ଟ କରନ୍ତୁନି। ଗତ ମାସକରେ ରାଜଧାନୀରେ ଥିବା ୨୧ଟି ଆପାର୍ଟମେଣ୍ଟରୁ ଲୁଟ ପରେ ଲୋକଙ୍କୁ ସତର୍କ କରାଇଛି କମିଶନରେଟ ପୁଲିସ । ପୁଲିସକୁ ଦୋଷ ନଦେଇ ନିଜେ ସଚେତନ ହେବାକୁ ପରାମର୍ଶ ଦେଇଛି ପୁଲିସ ।