ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଅତ୍ୟାଧୁନିକ ଡିଜିଟାଲ ଟାୱାର ଉଦଘାଟିତ

ଭୁବନେଶ୍ଵର: ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଅଧ୍ୟକ୍ଷ ସଞ୍ଜୀବ କୁମାର ଭୁବନେଶ୍ଵର ଆନ୍ତର୍ଜାତିକ ବିମାନବନ୍ଦର ପରିସରରେ ନୂଆ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଟାୱାରର ଉଦଘାଟନ କରିଛନ୍ତି । ସମଗ୍ର ଦେଶରେ ପ୍ରଥମକରି ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଏଭଳି ଅତ୍ୟାଧୁନିକ ଡିଜିଟାଲ ଟାୱାର ନିର୍ମାଣ କରାଯାଇଛି । ଏହି ଟାୱାରରେ ଟ୍ରାଫିକ କଣ୍ଟ୍ରୋଲ, ଟ୍ରାଫିକ ମ୍ୟାନେଜମେଣ୍ଟ ଓ ଏରିଆ କଣ୍ଟ୍ରୋଲ ବ୍ୟବସ୍ଥା ଗୁଡିକୁ ବ୍ୟାପକ କରାଯାଇ ପାରିବ। ଭୁବନେଶ୍ଵର ବିମାନବନ୍ଦର ଆନ୍ତର୍ଜାତିକ ବିମାନବନ୍ଦର ହୋଇଥିବା ବେଳେ ପୂର୍ବରୁ ପୁରୁଣା ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଜରିଆରେ କାମ ଚାଲିଥିଲା। ମାସକ ପୂର୍ବରୁ ଉଭୟ ପୁରୁଣା ଓ ନୂଆ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଟାୱାର କାର୍ଯ୍ୟ କରୁଥିଲା। ଆଜି ସମ୍ପୂର୍ଣ୍ଣ ଭାବେ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ସର୍ଭିସ କମ୍ପ୍ଲେକ୍ସର ଉଦଘାଟନ ହୋଇଛି। ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଓ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡର ମିଳିତ ଉଦ୍ୟମରେ ଏହାର ନିର୍ମାଣ କରାଯାଇଛି।

Comments (0)
Add Comment