ଭୁବନେଶ୍ୱର: ଜନବିରୋଧୀ କାର୍ଯ୍ୟ ଯୋଗୁଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ପରିଡାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ନବୀନ ନିବାସରେ ଗଣମାଧ୍ୟମକୁ ଏହି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ସୂଚନା ଦେଇଛନ୍ତି । କିଛି ଦିନ ପୂର୍ବରୁ ସୌମ୍ୟଙ୍କୁ ବିଜେଡି ଉପସଭାପତି ପଦରୁ କାଢ଼ି ଦିଆଯାଇଥିଲା । ସୌମ୍ୟ ରଞ୍ଜନଙ୍କ ବିରୋଧରେ ଇଓଡବ୍ଲ୍ୟୂ ମାମଲା ରୁଜୁ କରାଯାଇ ୫୦୬,୪୬୭,୪୬୮,୪୭୧,୪୨୦,୧୨୦(ଖ)ରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି । ଜାଲ କାଗଜପତ୍ର ଦେଇ ୩ଶହରୁ ଅଧିକ ଲୋକଙ୍କ ନାମରେ ସେ ବ୍ୟାଙ୍କ ଲୋନ କରିଥିôବା ଅଭିଯୋଗ ହୋଇଛି । ସେହିଭଳି ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ଦ୍ୱାରା ପରିଚାଳିତ ନିଗମାନନ୍ଦ ଆସୋସିଏଟ୍ କମ୍ପାନୀ ବିରୋଧରେ ଦୁର୍ନୀତି ଅଭିଯୋଗ ହୋଇଥିଲା । ସେ ୨୦୧୭ ରୁ ୨୦୨୦ ଭିତରେ ଚାଷୀଙ୍କର ସବ୍ସିଡ୍ ବାବଦ ୩ କୋଟି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହେଲାବେଳେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ତାଙ୍କ ବିରୋଧରେ ତଦନ୍ତ ଜାରି ରହିଛି ।