ବିରାଜିଲେ ପ୍ରଭୁ ଶ୍ରୀ ରାମଚନ୍ଦ୍ର

ଅଯୋଧ୍ୟା: ୫୦୦ ବର୍ଷର ଅପେକ୍ଷାର ଅନ୍ତ ଘଟିଲା । ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହେଲା ଆଜିର ଦିନ । ଯେଉଁ ସମୟକୁ ଅପେକ୍ଷା କରାଯାଇଥିଲା ସେହି ସମୟ ପହଞ୍ଚିଲା । ଭବ୍ୟ ଏବଂ ଦିବ୍ୟ ରାମ ମନ୍ଦିରରେ ବିରାଜମାନ କଲେ ପ୍ରଭୁ ରାମଚନ୍ଦ୍ର । ମାହେନ୍ଦ୍ର ବେଳା ଓ ମାହାର୍ଘ୍ୟ ମୁହୂର୍ତ୍ତରେ ହେଲା ପ୍ରାଣ ପ୍ରତିଷ୍ଠା । ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠାନ ଏବଂ ନୀତି ସଂପନ୍ନ । ପ୍ରାଣ ପ୍ରତିଷ୍ଠା ପରେ ଦର୍ଶନ ଦେଲେ ପ୍ରଭୁ ରାମଚନ୍ଦ୍ର । ହୀରା ଏବଂ ସୁନା ଅଳଙ୍କାର ପରିଧାନ କରିଛନ୍ତି ଶ୍ରୀ ରାମଲାଲା । ରାମଙ୍କ ମୁଖମଣ୍ଡଳକୁ ଦେଖି ବିଭୋର ଭକ୍ତ । କାଶୀ ପୀଠର ବେଦଜ୍ଞ ପ୍ରାଣ ପ୍ରତିଷ୍ଠା କାର୍ୟ୍ୟ ସଂପନ୍ନ କରିଛନ୍ତି। ଯଜମାନ ଭାବେ ଦାୟିତ୍ବ ତୁଲାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 

ଆଜି ୧୧ଟା ସମୟରେ ଅଯୋଧ୍ୟାରେ ପହଞ୍ଚିବା ପରେ ରାମ ମନ୍ଦିରକୁ ପ୍ରବେଶ କରିଥିଲେ ପ୍ରଦାନମନ୍ତ୍ରୀ । ଏହାପରେ ଗର୍ଭଗୃହରେ ପ୍ରାଣ ପ୍ରତିଷ୍ଠା ପୂଜାର୍ଚ୍ଚନାରେ ଯଜମାନ ଭାବେ ଦାୟିତ୍ବ ତୁଲାଇଥିଲେ ପ୍ରଧାନମନ୍ତ୍ରୀ । ଏହି ସମୟରେ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ମଧ୍ୟ ଉପସ୍ଥିତ ଥିଲେ। ଶୁଭ ମୂହୁର୍ତ୍ତରେ ପ୍ରାଣ ପ୍ରତିଷ୍ଠା ହୋଇଥିଲା । ପ୍ରଧାନମନ୍ତ୍ରୀ ରାମଲାଲଙ୍କ ଆଖି ପଟି ଖୋଲିଥିଲେ । ପ୍ରାଣ ପ୍ରତିଷ୍ଠା ପରେ ମୋଦି ପ୍ରଭୁ ରାମଚନ୍ଦ୍ରଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ ।

ସେପଟେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ସାରା ଅଯୋଧ୍ୟା ସହର ରାମମୟ ହୋଇପଡ଼ିଛି। ହଜାର ହଜାର ହଜାର ଭକ୍ତଙ୍କ ସହ ସାଧୁ, ସନ୍ଥ, ଆଚାର୍ୟ୍ୟ ଏବଂ ପୁରୋହିତଙ୍କ ସମେତ ଆମନ୍ତ୍ରିତ ଅତିଥିମାନେ ଏହି ଉତ୍ସବରେ ଉପସ୍ଥିତ ରହିଛନ୍ତି। ପ୍ରଭୁ ଶ୍ରୀରାମଙ୍କ ସ୍ବାଗତ ପାଇଁ କ୍ବିଣ୍ଟାଲ, କ୍ବିଣ୍ଟାଲ ଫୁଲ, ଆଲୋକମାଳାରେ ସୁସଜିତ ହୋଇଛି ଅଯୋଧ୍ୟା ନଗରୀ।  ରାମନାମ ମନ୍ତ୍ରରେ ପ୍ରତିଧ୍ବନିତ ହେବା ସହ ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହୋଇଛି।

Comments (0)
Add Comment