ବୈଜୟନ୍ତଙ୍କ ବିରୋଧରେ ତେଜିଲା ବିରୋଧ । ଓଡିଶାକୁ ପାକିସ୍ତାନ ସହ ତୁଳନା କରି ଟୁଇଟ ପରେ ବିିଭିନ୍ନ ସ୍ଥାନରେ ପ୍ରତିବାଦ । ବୈଜୟନ୍ତଙ୍କ କୁଶପୁତ୍ତଳିକା ଦାହ ।

ଓଡିଶାକୁ ପାକିସ୍ତାନ ସହ ତୁଳନା ନେଇ ବୈଜୟନ୍ତ ପଣ୍ଡାଙ୍କ ମନ୍ତବ୍ୟ ପରେ ଏବେ ଜୋର ଧରିଛି ପ୍ରତିବାଦ । ରାଜ୍ୟର ବିଭିନ୍ନ ସ୍ଥାନରେ ଏହାକୁ ନେଇ ବୈଜୟନ୍ତଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ତାଙ୍କ ବିରୋଧରେ ନାରାବାଜି ଦିଆଯାଇଛି । ବୈଜୟନ୍ତ ପଣ୍ଡାଙ୍କ ଦେଶଦ୍ରୋହୀ ବୟାନ ସାଢେ ୪ କୋଟି ଓଡିଆଙ୍କ ମନରେ କ୍ଷତ ସୃଷ୍ଟି କରିଛି । ପାକିସ୍ତାନ ସହ ଓଡିଶା ମାଟିକୁ ତୁଳନା କରିବା ରାଜ୍ୟବାସୀଙ୍କୁ ଗଭୀର ମର୍ମାହାତ କରିଛି । ଓଡିଶା ଷ୍ଟୁଡେଂଟ ଆଣ୍ଡ ୟୁଥ ଫୋରମ ପକ୍ଷରୁ ବୈଜୟନ୍ତ ପଣ୍ଡା ଏନେଇ କ୍ଷମା ମାଗିବାକୁ ଦାବି କରାଯାଇଛି ।

ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକରେ ଓଡିଶା ଷ୍ଟୁଡେଂଟ ଆଣ୍ଡ ୟୁଥ ଫୋରମ ପକ୍ଷରୁ ବୈଜୟନ୍ତଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେହିପରି ଝାରସୁଗୁଡାରେ ଷ୍ଟେସନ ଛକ ନିକଟରେ ସଂଙ୍ଗିନୀ, ଏଇତ ଜୀବନ ବିଶ୍ବ ଭଳି ମହିଳା ସଂଗଠନ ସହ ହେଲ୍ପିଂ ହ୍ୟାଣ୍ଡ, ବୃନ୍ଦାବନ କଲୋନୀ ସେବା ସମିତି, ସାଇ ସେବା ସମିତି ପକ୍ଷରୁ ମିଳିତ ଭାବେ ବୈଜୟନ୍ତଙ୍କ ମନ୍ତବ୍ୟର ତୀବ୍ର ବିରୋଧ କରାଯାଇଥିଲା । ତୁରନ୍ତ ଏହି ମାମଲାରେ ବୈଜୟନ୍ତ ରାଜ୍ୟବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବାକୁ ଦାବି କରାଯାଇଛି ।

Comments (0)
Add Comment