ବଡ଼ ସଫଳତା: କ୍ୟାନ୍‌ସର କୋଷକୁ ମାରିବାରେ ସଫଳ ହେଲେ ବୈଜ୍ଞାନିକ

ୱାସିଂଟନ: କର୍କଟ ରୋଗର ଚିକିତ୍ସା ପାଇଁ ନିରନ୍ତର ଗ‌ବେଷଣା ଜାରି ରହିଥିବା ବେଳେ ଆମେରିକାର ବୈଜ୍ଞାନିକଙ୍କୁ ଏ କ୍ଷେତ୍ରରେ ବହୁତ ବଡ଼ ସଫଳତା ମିଳିଛି। କାଲିଫର୍ନିଆର କ୍ୟାନ୍‌ସର ଗବେଷଣା କେନ୍ଦ୍ରର ବୈଜ୍ଞାନିକମାନେ ଏକ ‘କିଲ୍ ସୁଇଚ୍’ ପାଇଛନ୍ତି ଯାହା କର୍କଟ କୋଷକୁ ମାରିବାରେ ସଫଳ ହୋଇପାରିବ। ସାକ୍ରାମେଣ୍ଟୋରେ ଥିବା ୟୁସି ଡେଭିସ୍ କ୍ୟାନ୍‌ସର ସେଣ୍ଟରର ବିଶେଷଜ୍ଞମାନେ କହିଛନ୍ତି ଯେ ସେମାନେ ଏକ ପ୍ରୋଟିନ୍ ଚିହ୍ନଟ କରିଛନ୍ତି ଯାହାକୁ କର୍କଟ କୋଷକୁ ମାରିବା ପାଇଁ ସେହି ଆଧାରରେ ପ୍ରସ୍ତୁତ କରାଯାଇପାରିବ। ଏଗୁଡ଼ିକ ହେଉଛି ସିଡି ୯୫ ରିସେପ୍ଟର ଯାହା ‘ଫାସ୍’ ଭାବରେ ମଧ୍ୟ ପରିଚିତ। ଏହି ପ୍ରୋଟିନ୍ ରିସେପ୍ଟରଗୁଡ଼ିକ କୋଷିକା ଝିଲ୍ଲି ଉପରେ ରହିଥାଏ। ଯେତେବେଳେ କର୍କଟ କୋଷଗୁଡ଼ିକ ସକ୍ରିୟ ହୋଇଯାଏ ଏବଂ ସଙ୍କେତ ଦେବା ଆରମ୍ଭ କରେ ସେତେବେଳେ ଏହି ରିସେପ୍ଟରଗୁଡ଼ିକ ସେମାନଙ୍କୁ ମାରି ଦିଅନ୍ତି କିମ୍ବା ରିସେପ୍ଟରମାନଙ୍କ ସଂସ୍ପର୍ଶରେ ଆସିବା ପରେ ସେମାନେ ନିଜେ ମରନ୍ତି।ଅନୁସନ୍ଧାନକାରୀମାନେ ଏହାକୁ ସିଏଆର୍‌ଟି-ସେଲ୍ ଥେରାପି ନାମ ଦେଇଛନ୍ତି ଯେଉଁଥିରେ ରୋଗୀର ରକ୍ତରୁ ‘ଟି’ କୋଷ ସଂଗ୍ରହ କରାଯାଇ ଲ୍ୟାବ୍‌ରେ ମାନବ ଜିନ୍‌ରେ ଭର୍ତ୍ତି କରାଯିବ। ଯାହା ପରେ ଶରୀରରେ ଚିମେରିକ୍ ଆଣ୍ଟିଜେନ୍ ରିସେପ୍ଟର (CAR) ନାମକ ରିସେପ୍ଟର ଗଠନ ହୁଏ ଏବଂ ପରେ ଏହି କୋଷଗୁଡ଼ିକୁ ରୋଗୀର ଶରୀରର ରକ୍ତ ସଞ୍ଚାଳନରେ ରଖାଯାଏ। ଏପର୍ଯ୍ୟନ୍ତ ଏହି ଥେରାପି ଲ୍ୟୁକେମିଆ ଏବଂ ଅନ୍ୟାନ୍ୟ ରକ୍ତ କର୍କଟ ଚିକିତ୍ସା କ୍ଷେତ୍ରରେ ଉତ୍ତମ ଫଳ ପ୍ରଦର୍ଶନ କରିଛି। ବୈଜ୍ଞାନିକଙ୍କ ଅନୁଯାୟୀ ସ୍ତନ କର୍କଟ, ଫୁସଫୁସ ଏବଂ ଅନ୍ତନଳୀ କର୍କଟ ପରି କଠିନ ଟ୍ୟୁମରର ଚିକିତ୍ସାରେ ମଧ୍ୟଏହା ସଫଳ ହେବ।

Comments (0)
Add Comment