ଭିଜିଲାନ୍ସ ଜାଲରେ ଅବକାରୀ ଏଏସଆଇ

ଭୁବନେଶ୍ଵର : ଭିଜିଲାନ୍ସ ଜାଲରେ ବାଲୁଗାଁ ଅବକାରୀ ଏଏସଆଇ। ସୁଦୀପ୍ତ ଦାଶଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ହୋଇଥିବା ସୂଚନା ମିଳିଛି। ଖୋର୍ଦ୍ଧା ଓ ନୟାଗଡ଼ର ୪ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଏହି ଚଢାଉରେ ୪ ଜଣ ଡିଏସପି, ୬ ଇନ୍ସପେକ୍ଟର, ଏବଂ ଅନ୍ୟ ଅଧିକାରୀମାନେ ସାମିଲ ଅଛନ୍ତି। ଚଢାଉ ବେଳେ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି।

ବର୍ତ୍ତମାନ ସୁଦୀପ୍ତଙ୍କୁ ଅଟକ ରଖି ପଚରାଉଚୁରା କରୁଛି ଭିଜିଲାନ୍ସ। ପ୍ରକାଶ ଥାଉକି ସୁଦୀପ୍ତଙ୍କ ଛଅ ମାସ ତଳେ ବାଲୁଗାଁ ଅବକାରୀ ଏଏସଆଇ ଭାବେ ବଦଳି ହୋଇଥିଲା।

Comments (0)
Add Comment