ଭିଜିଲାନ୍ସ ଜାଲରେ କୋଟିପତି ଯନ୍ତ୍ରୀ : ସହକାରୀ ଯନ୍ତ୍ରୀଙ୍କ ରହିଛି ୪୮ଟି ଫ୍ଲାଟ, ୬ କୋଟିରୁ ଅଧିକ ସଂପତ୍ତି ଜବତ ।

ଭିଜିଲାନ୍ସ ଜାଲରେ କୋଟିପତି ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଭୁବନେଶ୍ୱରର କୋଟିପତି ସହ ନିର୍ବାହୀ ଯନ୍ତ୍ରୀ ରବିନ୍ଦ୍ର ନାଥ ପ୍ରଧାନଙ୍କୁ ଗିରଫ କରିଛି । ତେବେ ଗତକାଲି ଭିଜିଲାନ୍ସ ତାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢାଉ ବେଳ ଭିଜିଲାନ୍ସ ଅଧିକାରୀଙ୍କ ହୋସ ଉଡିଯାଇଥିଲା ।

୬କୋଟି ୫୩ ଲକ୍ଷ ୮୬ ହଜାର ୭୧୦ ଟଙ୍କାର ଅଚଳା ଅଚଳ ସମ୍ପତ୍ତି ଠାବ ହୋଇଛି । ତାଲିକାରେ ରହିଛି ବାଲିପାଟଣାରେ ଥିବା ୪୮ଟି ଫ୍ଲାଟ, ଭୁବନେଶ୍ୱରରେ ଦୁଇଟି ଦୁଇ ତାଲା କୋଠା, ନହରକଂଟାରେ ଘର, ଗଞ୍ଜାମ ଏବଂ ଭୁବନେଶ୍ୱରରେ ୮ଟି ପ୍ଲଟ, ୨ଟି ଚାରି ଚକିଆ ଯାନ, ଗୋଟିଏ ଦୁଇ ଚକିଆ ଯାନ, ସୁନା ଗହଣା, ଏଲଆଇସି ପଲିସି ।ଭୁବନେଶ୍ୱର ନୟାପଲ୍ଲୀରେ ଥିବା ଦୁଇ ମହଲା କୋଠା, ଅଫିସ୍‌ ତଥା ବାଲିଅନ୍ତା ଓ ବ୍ରହ୍ମପୁରରେ ଥିବା ପୈତୃକ ବାସବଭନରେ ଚଢାଉ କରିଥିଲା ଟିମ୍‌ । ନୟାପଲ୍ଲୀର ଦୁଇ ମହଲା କୋଠାରେ ଭିଜିଲାନ୍ସ ଏସପି ପହଞ୍ଚି ଛାନଭିନ କରିଥିଲେ । ରେଡ ବେଳେ ରବିନ୍ଦ୍ରନାଥ ପ୍ରଧାନଙ୍କ ପୁଅ ରସମିତ୍ ପ୍ରଧାନଙ୍କ ନାମରେ ଏକ ବିଲଡର ସଂସ୍ଥା ରହିଥିବା ଜଣାପଡ଼ିଥିଲା । ସେ ବାଲିଅନ୍ତା କୋଞ୍ଚିଲ ନୂଆଗାଁରେ ଏକ ବିଲ୍ଡିଂ ବା ଆପାର୍ଟମେଣ୍ଟ ନିର୍ମାଣ କରିଛନ୍ତି । ବିନା ଲୋନରେ ଏହି ୪୮ଟି ପ୍ଳାଟ ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣଧୀନ ରହିଥିବା ଭିଜିଲାନ୍ସ ଜାଣିବାକୁ ପାଇଥିଲା । ଏହା ସହିତି ଟଙ୍କା, ସୁନା ଅଳଙ୍କାର, ଗାଡି ମୋଟର, ବ୍ୟାଙ୍କ ଡିପୋଜିଟ୍‌ ମଧ୍ୟ ଠାବ କରିଥିଲା ଟିମ ।

Comments (0)
Add Comment