ଭିଜିଲାନ୍ସ ଜାଲରେ ମଟର ଯାନ ନିରକ୍ଷଣ ଅଧିକାରୀ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ମଟର ଯାନ ନିରକ୍ଷଣ ଅଧିକାରୀ। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ନୟାଗଡ଼ ମଟର ଯାନ ନିରକ୍ଷଣ ଅଧିକାରୀପଞ୍ଚାନନ ବେହେରାଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ପଞ୍ଚାନନଙ୍କ ପୈତୃକ ଘର ସମେତ ୭ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି। ପଞ୍ଚାନନଙ୍କ ନୟାଗଡ଼ ସ୍ଥିତ କାର୍ୟ୍ୟାଳୟ, ଭଡ଼ା ଘର ସମେତ ଭୁବନେଶ୍ୱର ଶୈଳଶ୍ରୀବିହାର ସ୍ଥିତ କୋଠା, ପାଣ୍ଡରା ସ୍ଥିତ ଘର, କଟକ ସାଲେପୁରର ପୈତୃକ ଘରେ ଚଢ଼ାଉ କରାଯାଇଛି। ସେହିପରି ଖୋର୍ଦ୍ଧା ଜିଲ୍ଲା ଗୋବିନ୍ଦପୁର ଓ ଭୁବନେଶ୍ୱର ପାଣ୍ଡରାରେ ଥିବା ସଂପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍।ଏହି ଚଢାଉରେ ୬ଜଣ ଭିଜିଲାନ୍ସ ଡିଏସପି, ୩ଜଣ ଇନସପେକ୍ଟର, ୮ଜଣ ଏଏସଆଇ ଓ ଅନ୍ୟାନ କର୍ମଚାରୀ ଏହି ଚଢ଼ାଉ ସାମିଲ ହୋଇଛନ୍ତି।

Comments (0)
Add Comment