ଇନ୍ଦୋର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ମାର୍ଟ ସିଟି ମିଶନ ଅଧୀନରେ ଆୟୋଜିତ ହୋଇଥିବା ଇଣ୍ଡିଆ ସ୍ମାର୍ଟ ସିଟି ପୁରସ୍କାର ପ୍ରତିଯୋଗିତା (ଆଇଏସ୍ଏସି)ର ଚତୁର୍ଥ ସଂସ୍କରଣ ଅଧୀନରେ ମଧ୍ୟପ୍ରଦେଶ ଶ୍ରେଷ୍ଠ ପ୍ରଦର୍ଶନ କରିଛି । ଜାତୀୟ ସ୍ମାର୍ଟ ସିଟି ପୁରସ୍କାର ପାଇ ଇନ୍ଦୋର ଏହାର ଶୀର୍ଷ ସ୍ଥାନ ବଜାୟ ରଖିଛି । ଏପ୍ରିଲ ୨୦୨୨ରେ ସୁରଟର ସ୍ମାର୍ଟ ସିଟି-ସ୍ମାର୍ଟ ସହରୀକରଣ ଇଭେଟଂ୍ରେ ଆରମ୍ଭ ହୋଇଥିବା ଭାରତ ସ୍ମାର୍ଟ ସିଟି ପୁରସ୍କାର ପ୍ରତିଯୋଗିତାର ଚତୁର୍ଥ ସଂସ୍କରଣର ୬୬ ବିଜେତାଙ୍କୁ କେନ୍ଦ୍ର ନାମ ସରକାର ଘୋଷଣା କରିଛନ୍ତି ।
ରାଜ୍ୟମାନଙ୍କ ମଧ୍ୟରେ ତାମିଲନାଡୁ ଦ୍ୱିତୀୟ ସ୍ଥାନରେ ଥିଲା ଏବଂ ରାଜସ୍ଥାନ ଏବଂ ଉତ୍ତରପ୍ରଦେଶ ମିଳିତ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସହରଗୁଡିକ ମଧ୍ୟରେ ସୁରଟ ଏବଂ ଆଗ୍ରା ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ୨୦୨୦ ରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ପୂର୍ବ ସଂସ୍କରଣରେ ଉତ୍ତରପ୍ରଦେଶକୁ ଶ୍ରେଷ୍ଠ ରାଜ୍ୟ ଭାବରେ ଘୋଷଣା ଯାଇଥିବାବେଳେ ସୁରଟ ଏବଂ ଇନ୍ଦୋର ମିଳିତ ବିଜେତା ହୋଇଥିଲେ । ମିଳିଥିବା ସୂଚନା ଅନୁସାରେ ରାଷ୍ଟ୍ରପତି ଦୈପ୍ରଦୀ ମୁର୍ମୁ ୨୭ ସେପ୍ଟେମ୍ବର ୨୦୨୩ ରେ ମଧ୍ୟପ୍ରଦେଶର ଇନ୍ଦୋରରେ ଏହି ବିଜେତାମାନଙ୍କୁ ପୁରସ୍କୃତ କରାଯିବ । ପାଞ୍ଚଟି ବର୍ଗରେ ପ୍ରଦାନ କରାଯାଉଥିବା ଏହି ପୁରସ୍କାର ଜୋନାଲ ସ୍ମାର୍ଟ ସିଟି ପୁରସ୍କାର ପାଇଁ ପୂର୍ବାଞ୍ଚଳ ଜୋନ୍ର ସହର ଭାବରେ ଭୁବନେଶ୍ୱର ଓ ରାଞ୍ଚି କୁ ପୁରସ୍କୃତ କରାଯିବ ।