ଭୁବନେଶ୍ୱର: ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରୁ ଉଦ୍ଧାର ୫ ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୪ ଜଣ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି । ତପନ ମଣ୍ଡଳଙ୍କୁ ଛାଡ଼ି ବାକି ୪ ଜଣ ଓଡ଼ିଆ ଶ୍ରମିକ ଓଡ଼ିଶା ଫେରିଛନ୍ତି ।ସେମାନେ ହେଲେ ମୟୂରଭଞ୍ଜ ତିରିଂ ଥାନା କୁଳଡ଼ିହା ଗ୍ରାମର ରାଜୁ ନାଏକ, ବାଙ୍ଗିରିପୋଷି ବେଧକୁ ଗାଁର ଧିରେନ୍ ନାୟକ, ବିଶେଶ୍ୱର ନାୟକ, ଓ ନବରଙ୍ଗପୁରର ଭଗବାନ ବତରା । ଗୁରୁବାର ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ସମସ୍ତ ଶ୍ରମିକଙ୍କ ସହ ଫୋନ୍ରେ କଥା ହେବା ସହ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଶ୍ରମ ମନ୍ତ୍ରୀ ଶ୍ରୀ ନାୟକ ଓଡ଼ିଆ ଶ୍ରମବୀର ତାଙ୍କ ସମ୍ପର୍କୀୟ ଓ ବିଭାଗୀୟ ଅନ୍ୟ ଅଧିକାରୀଙ୍କ ଓଡ଼ିଶା ଆଣିବାକୁ ଦାୟିତ୍ଵ ନେଇଥିଲେ। ତପନ ନିଜ ଭାଇ ସହ ପରେ ଓଡ଼ିଶାରେ ପହଞ୍ଚିବେ ବୋଲି ଜଣାଯାଇଛି ।
ପ୍ରକାଶ ଯେ ଗତକାଲି ହସ୍ପିଟାଲରୁ ସମସ୍ତ ୪୧ ଶ୍ରମିକଙ୍କ ସମେତ ୫ ଓଡ଼ିଆଙ୍କୁ ଡିସଚାର୍ଜ କରି ଦିଆଯାଇଥିଲା। ପରେ ଲେବର ଅଫିସର ୫ଜଣ ଓଡ଼ିଆ ଶ୍ରମିକଙ୍କୁ ଧରି ନୂଆଦିଲ୍ଲୀରେ ବିଳମ୍ବିତ ରାତିରେ ପହଞ୍ଚିଥିଲେ। ସମସ୍ତ ଓଡ଼ିଶା ନିବାସରେ ରାତିରେ ରହିଥିଲେ। ଆଜି ସକାଳ ୯.୩୦ରେ ଫ୍ଲାଇଟରେ ନୂଆଦିଲ୍ଲୀରୁ 4 ଜଣ ଓଡ଼ିଆ ଶ୍ରମିକ ଭୁବନେଶ୍ୱର ଅଭିମୁଖେ ବାହାରିବେ। ଭୁବନେଶ୍ୱର ପହଞ୍ଚିବା ପରେ 4 ଜଣ ଓଡ଼ିଆ ଶ୍ରମିକ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ। ତା’ ପରେ ନିଜ ଗାଁକୁ ଫେରିଯିବେ। କାମ କରୁଥିବା ବେଳେ ମାଟି ଅତଡ଼ା ଧସିବାରୁ ଉତ୍ତରାଖଣ୍ଡର ଉତ୍ତରକାଶୀର ଟନେଲରେ ଫସି ଯାଇଥିଲେ ୪୧ ଶ୍ରମିକ। ୧୭ ଦିନ ପରେ ଗତ ମଙ୍ଗଳବାର ସେମାନଙ୍କୁ ଉଦ୍ଧାର କରାଯାଇଥିଲା।