ମରକ୍କୋ ଭୂମିକମ୍ପ ମୃତ୍ୟୁ ସଂଖ୍ୟା ୨୦୦୦ ଅତିକ୍ରମ

ନୂଆଦିଲ୍ଲୀ : ଆଫ୍ରିକୀୟ ଦେଶ ମରକ୍କୋରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୨୦୦୦ ଅତିକ୍ରମ କରିଛି । ଏଥିସହ ୨୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ମରକ୍କୋର କେନ୍ଦ୍ରୀୟ ଭାଗରେ ୬.୮ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂମିକମ୍ପରେ ୟୁନେସ୍କ ବିଶ୍ୱ ଐତିହ୍ୟ ସ୍ଥଳୀ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଅଟ୍ଟାଳିକା ନଷ୍ଟ ହୋଇଛି । ସେହି ଭୂମିକମ୍ପର ଉତ୍ପତ୍ତିସ୍ଥଳ ଭୂପୃଷ୍ଠରୁ ୧୮. ୫ କିଲୋମିଟର ଗଭୀରରେ ଥିଲା । ଏହାର କେନ୍ଦ୍ରବିନ୍ଦୁ ମାରାକେଶ୍‌ ଠାରୁ ୭୨ କିଲୋମିଟର ଦକ୍ଷିଣ-ପଶ୍ଚିମ ଓ ଆଟ୍‌ଲାସ୍‌ ପର୍ବତ ଠାରୁ ୫୬ କିଲୋମିଟର ପଶ୍ଚିମକୁ ରହିଛି । ମରକ୍‌କୋ ସରକାରଙ୍କ ସୂଚନା ମୁତାବକ, ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ୨୦୧୨ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୫୯ ଲୋକ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୪୦୪ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେବେ ଭୂମିକମ୍ପର ଭୟାବହତାକୁ ଲକ୍ଷ୍ୟ କଲେ ମୃତ୍ୟୁ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବାର ଆଶଙ୍କା ରହିଛି ।

Comments (0)
Add Comment