ମର୍ମନ୍ତୁଦ ଦୁର୍ଘଟଣା, ୪ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ:  ପଞ୍ଜାବର ହୋସିଆରପୁରରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ୪ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଟ୍ରକ୍‌ ଓ କାର୍‌ରେ ନିଆଁ ଲାଗିବା ଯୋଗୁ ଘଟଣାସ୍ଥଳରେ କାର୍‌ଟି ଜଳି ଯାଇଥିଲା । ଫଳରେ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ପୋଲିସ୍‌ ମାମଲାର ଯାଞ୍ଚ ଆରମ୍ଭ କରିଛି । ଏହି ଭୟଙ୍କର ଦୁର୍ଘଟଣା ହୋସିଆରପୁରର ମୁକେରିୟା ଅଞ୍ଚଳରେ ଶୁକ୍ରବାର ରାତିରେ ଘଟିଛି ।

ଦ୍ରୁତ ଗତିରେ ଆସୁଥିବା କାର୍‌ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ କାର୍‌ରେ ହଠାତ୍‌ ନିଆଁ ଲାଗି ଯିବାରୁ ଭିତରେ ଫସିଥିବା ଯାତ୍ରୀ ଉଦ୍ଧାର ପାଇଁ ଆକୁଳ ଚିତ୍କାର କରିଥିଲେ । ଯାତ୍ରୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସିଥିବା ବେଳେ ପୋଲିସ୍‌କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ଖବର ପାଇ ତୁରନ୍ତ ପୋଲିସ୍‌ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ କାବୁ କରିଥିଲେ ।

Comments (0)
Add Comment