ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୪ତମ ଜନ୍ମ ଜୟନ୍ତୀରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶ୍ରଦ୍ଧାସୁମନ ଅର୍ପଣ। ରାଷ୍ଟ୍ରପତି ଦୌପ୍ରଦି ମୁର୍ମୁଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ମହାତ୍ମା ଗାନ୍ଧିଙ୍କ ଆଦର୍ଶ ଚିରକାଳ ଏବଂ ସର୍ବଦା ବିଶ୍ୱ ପାଇଁ ପ୍ରାସଙ୍ଗିକ ରହିବ ବୋଲି କହିଛନ୍ତି। ଦେଶର କଲ୍ୟାଣ ପାଇଁ ତାଙ୍କର ମୂଲ୍ୟବୋଧ ଏବଂ ଶିକ୍ଷାକୁ ଅନୁସରଣ କରିବା ପାଇଁ ଲୋକଙ୍କୁ ସବୁବେଳେ ଅନୁରୋଧ କରୁଥିଲେ ବାପୁ। ଏକ ଆଦର୍ଶ ସମାଜ ପାଇଁ ସତ୍ୟ ଏବଂ ଅହିଂସା ଏକ ନୂଆ ପଥ ପରିଷ୍କାର କରିଥିଲା।
ଗାନ୍ଧିଜୀ କେବଳ ଜୀବନସାରା ଅହିଂସା ପାଇଁ ଲଢିନଥିଲେ ବରଂ ସେ ସ୍ୱଚ୍ଛତା, ମହିଳା ସଶକ୍ତିକରଣ, ଆତ୍ମନିର୍ଭରଶୀଳତା ଏବଂ କୃଷକଙ୍କ ଅଧିକାରର ପାଇଁ ମଧ୍ୟ ସ୍ୱର ଉଠାଉଥିଲେ। ଅସ୍ପୃଶ୍ୟତା, ସାମାଜିକ ଭେଦଭାବ ଏବଂ ନିରକ୍ଷରତା ବିରୋଧରେ ବାପୁ ଲଢିଥିଲେ ବୋଲି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି।