ମାଓ ବ୍ୟାନର ଉଦ୍ଧାର କଲା ପୋଲିସ

ନୂଆପଡା: ନୂଆପଡା ଜିଲ୍ଲାରେ ଲାଗିଲା ମାଓ ବ୍ୟାନର । ନୂଆପଡା ଥାନା ସାରାବଙ୍ଗ ଗାଁ ପାଖ ଚାରିଟି ସ୍ଥାନରେ ଲାଗିଛି ମାଓ ବ୍ୟାନର । ସମସ୍ତ ନାଲି ବ୍ୟାନରକୁ ଉଦ୍ଧାର କଲା ନୂଆପଡା ପୋଲିସ । ପିଏଲଜିଏର ୨୩ ବର୍ଷ ପୂର୍ତ୍ତି ଅବସରରେ ୨ ରୁ ୮ ଡିସେମ୍ବର ପର୍ୟ୍ୟନ୍ତ ଜୋର ସୋର ରେ ପାଳନ କରିବାକୁ ଅପିଲ।

ସୂଚନା ଥାଉକି, ଲଗାଯାଉଥିବା ବ୍ୟାନରରେ ଯୁବକ ଯୁବତୀଙ୍କୁ ଭର୍ତ୍ତି ହେବାପାଇଁ ମାଓବାଦୀ ଅନୁରୋଧ କରିଛନ୍ତି । ଏହାସହ ଜନମୁକ୍ତି ଛାପାମାର ସେନା ଜିନ୍ଦାବାଦ, ନବ ଯାନବାଦୀ କ୍ରାନ୍ତି ଜିନ୍ଦାବାଦ ଲେଖା ରହିଛି ବ୍ୟାନରରେ । ଏହାସହ ବ୍ୟାନରରେ ଭାରତର କମ୍ୟୁନିଷ୍ଟ ପାର୍ଟି ମାଓବାଦୀ ବୋଲି ଉଲ୍ଲେଖ ରହିଛି । ନାଲି ବ୍ୟାନରରେ ଧଳା ଅକ୍ଷରରେ ସବୁ ଲେଖାଯାଇଛି । ସେପଟେ ବ୍ୟାନର ଦେଖିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Comments (0)
Add Comment