‘ମିସ୍‌ ନିକାରାଗୁଆ ସେଏନିସ୍‌ ପାଲାସିଓ ହେଲେ ମିସ୍‌ ୟୁନିଭର୍ସ ୨୦୨୩’ ବିଜୟିନୀ

ସାନ୍‌ ସାଲ୍‌ଭାଡର୍‌: ୭୨ତମ ‘ମିସ୍‌ ୟୁନିଭର୍ସ’ ପ୍ରତିଯୋଗିତାରେ ନିକାରାଗୁଆର ସେଏନିସ୍‌ ପାଲାସିଓ ‘ମିସ୍‌ ୟୁନିଭର୍ସ ୨୦୨୩’ ମୁକୁଟ ବିଜୟିନୀ ହୋଇଛନ୍ତି। ତାଙ୍କୁ ୨୦୨୨ର ବ୍ରହ୍ମାଣ ସୁନ୍ଦରୀ ଆମେରିକା ବୋନୀ ଗାବ୍ରିଏଲ ବିଜୟ ତାଜ୍‌ ପିନ୍ଧାଇ ବ୍ରହ୍ମାଣ ସୁନ୍ଦରୀ ସମ୍ମାନରେ ସମ୍ମାନୀତ କରିଛନ୍ତି। ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ନିକାରାଗୁଆ, ଅଷ୍ଟ୍ରେଲିଆ ଓ ଥାଇଲାଣ୍ଡ୍‌ ଶ୍ରେଷ୍ଠ ୩ ସ୍ଥାନରେ, ଚତୁର୍ଥ ସ୍ଥାନରେ କଲମ୍ବିଆ – କାମିଲା ଆଭେଲା ଏବଂ ପଚଂମ ସ୍ଥାନରେ ପୁଏର୍ତୋ ରିକୋ – କର୍ଲା ଗୁଇଲଫୋ ସ୍ଥାନିତ ହୋଇଛନ୍ତି। ‘ମିସ୍‌ ୟୁନିଭର୍ସ’ ବିଜୟିନୀ ହେବାରେ ସେଏନିସ୍‌ ପାଲାସିଓ ହେଉଛନ୍ତି ନିକାରାଗୁଆର ପ୍ରଥମ ମହିଳା। ସେହିପରି, ଭାରତରୁ ପ୍ରତିଦ୍ବନ୍ଦ୍ବିତା କରିଥିବା ଚଣ୍ଡୀଗଡ଼ର ଶ୍ବେତା ଶ୍ରଦ୍ଧା ସେମି-ଫାଇନାଲ୍‌ରେ ଉତ୍ତୀର୍ଣ୍ଣ ହୋଇ ଶ୍ରେଷ୍ଠ ୨୦ଜଣଙ୍କ ମଧ୍ୟରେ ଥିଲେ। କିନ୍ତୁ, ‘ସୁଇମ୍‌ ସୁଟ୍‌’ ରାଉଣ୍ଡ୍‌ରେ ସେ ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ସ୍ଥାନିତ ହେବାରେ ଅସଫଳ ହୋଇଥିଲେ।

Comments (0)
Add Comment