ଭୁବନେଶ୍ବର: ପୁରପଲ୍ଲୀ ଠାରୁ ସହର ବଜାର ସବୁଠି ଉତ୍ସବମୁଖର।ଧରାଵତରଣ କରିବେ ମା’ ।ଭୁବନେଶ୍ବରରେ ମଧ୍ୟ ଦଶହରାକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଜଧାନୀରେ ଚଳିତବର୍ଷ ହେଉଥିବା ୧୮୮ ଟି ପୂଜା ମଣ୍ଡପର ସୁରକ୍ଷା ଦାୟିତ୍ୱରେ ୩୧ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଷଷ୍ଠୀ ଠାରୁ ଭସାଣି ପର୍ଯ୍ୟନ୍ତ ଡିସିପିଙ୍କ ନେତୃତ୍ବରେ ୧୨ ଜଣ ଅତିରିକ୍ତ ଡିସିପି, ୨୩ ଜଣ ଏସିପି, ୪୧ ଜଣ ଇନ୍ସପେକ୍ଟର,୧୫୧ ଜଣ ଏଏସଆଇ, ୧୧୯ ଜଣ ଟ୍ରାଫିକ କନଷ୍ଟେବଳ, ୭୦ ଜଣ ଏପିଆର କନଷ୍ଟେବଳ ଓ ୨୦୭ ଜଣ ଓଏପିଏଫ କନଷ୍ଟେବଳ ଅପରାଧିକ କାର୍ଯ୍ୟକଳାପ ସହ ସହ ସିସିଟିଭି ଉପରେ ନଜର ରଖିବେ। ୩ ଟି କ୍ୟାଟାଗୋରୀରେ ପୂଜା ମଣ୍ଡପକୁ ଦିଆଯିବ ସୁରକ୍ଷା । ପୂର୍ବରୁ ବିଭିନ୍ନ ପୂଜା କମିଟି ଓ ଅନ୍ୟ ବିଭାଗ ସହ କମିଶନରେଟ ପୋଲିସର ଜଏଣ୍ଟ ଇନ୍ସପେକ୍ସନ ସରିଛି । ଟ୍ରାଫିକ କଟକଣା ସହ ଭାରିଯାନ ଚଳାଚଳରେ ପ୍ରତିବନ୍ଧକ ନେଇ ଆଡ଼ଭାଇଜରି ଜାରି କରାଯାଇଛି । ବଟି ଓ ଚାନ୍ଦା ମାଗିଲେ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ପୂଜା ଦେଖିବାକୁ ଗଲାବେଳେ ନିଜ ଘର ର ସୁରକ୍ଷା ନେଇ ସଚେତନ ରହିବାକୁ ନିବେଦନ କରିବା ସହ ଶାରଦୀୟ ଅଭିନନ୍ଦନ ଜଣାଇଛନ୍ତି ପୋଲିସ କମିଶନର । ରବିବାର ମହାଷ୍ଟମୀ ଥିବାରୁ ମହିଳା ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସହିଦନଗର, ରସୁଲଗଡ଼, ନୂଆପଲ୍ଲୀ, ଝାରପଡା ଓ ପଳାଶୁଣି ଠାରେ ମହିଳା ପୋଲିସଙ୍କୁ ନିୟୋଜିତ କରାଯିବ ।