ରେବନ୍ତ ରେଡ୍ଡୀ ତେଲଙ୍ଗାନାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ: ରେବନ୍ତ ରେଡ୍ଡୀ ତେଲଙ୍ଗାନାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ବିଧାୟକ ଦଳ ବୈଠକ ପରେ ସର୍ବସମ୍ମତିକ୍ରମେ କଂଗ୍ରେସ ହାଇକମାଣ୍ଡ ଏହି ନିଷ୍ପତ୍ତି ନେଇଛନ୍ତି। ଡିସେମ୍ବର ୭ରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି। ସୂଚନାଯୋଗ୍ୟ, ରେବନ୍ତ ୨୦୨୧ ଜୁଲାଇରେ ତେଲେଙ୍ଗାନା କଂଗ୍ରେସ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସେବେଠାରୁ ଲଗାତର ଭାବେ ସେ ତୃଣମୂଳ ସ୍ତରରୁ ଦଳ ପାଇଁ କାର୍ଯ୍ୟ କରି ଚାଲିଥିଲେ।

Comments (0)
Add Comment