ଲକ୍‌ଡାଉନ୍’ ଚାଲିଯାଇଛି, କିନ୍ତୁ କରୋନା ଯାଇନାହିଁ: ପ୍ରଧାନମନ୍ତ୍ରୀ ମୋଦି

‘ଲକ୍‌ଡାଉନ୍’ ଚାଲିଯାଇଛି, କିନ୍ତୁ କରୋନା ଭୂତାଣୁ ଯାଇନାହିଁ, ଏ କଥା ନ  ଭୁଲିବାକୁ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।   ପ୍ରଧାନମନ୍ତ୍ରୀ ପାର୍ବଣ ସମୟରେ ସାବଧାନତାର ସହ ଚଳିବାକୁ ଦେଶବାସୀଙ୍କୁ ସଚେତନ କରାଇଛନ୍ତି। ସତର୍କ ରହିବା ସହ ସଚେତନ ରହିବାକୁ ମୋଦି ପରାମର୍ଶ ଦେଇଛନ୍ତି । ଗତ କିଛି ମାସ ହେବ ଏକ ଲମ୍ବା ଲଢେଇ ଲଢି ଆସୁଛୁ । ଏବେ ପର୍ବ ପର୍ବାଣୀର ମାହୋଲ, ତେଣୁ ଲୋକଙ୍କ ଗହଳି ଲାଗୁଛି । ଲକଡାଉନ, ସଟଡାଉନ ଉଠିଥିବାରୁ ଲୋକ ସବୁ ସ୍ଥାନକୁ ଯାଇ ପାରୁଛନ୍ତି । ଲକଡାଉନ ଯାଇଛି, ହେଲେ କରୋନା ଯାଇନି ବୋଲି କହିଛନ୍ତି ମୋଦି ।

ଗତ ସାତ/ ଆଠ ମାସ ମଧ୍ୟରେ  ପ୍ରତ୍ୟେକ ଭାରତୀୟଙ୍କ ଉଦ୍ୟମ ଯୋଗୁଁ ଭାରତର ସ୍ଥିତି ଭଲ ଅଛି। ଏହାକୁ ଆମେ ବିଗାଡ଼ିବା ନାହିଁ। ଏହା ମଧ୍ୟରେ ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟ ଧୀରେ ଧୀରେ ବୃଦ୍ଧିପାଉଛି। ଅନେକ ଲୋକ ଘରୁ ପଦାକୁ ବାହାରିଲେଣି। ପୂଜାପାର୍ବଣର ସମୟ ଆସିଥିବାରୁ ବଜାରରେ ମଧ୍ୟ ଗହଳି ହେଲାଣି। କିନ୍ତୁ, ଆମେ ଭୁଲିଯିବା ନାହିଁ ଯେ, ‘ଲକ୍‌ଡାଉନ୍’ ଚାଲିଯାଇ ଥାଇପାରେ, କିନ୍ତୁ କରୋନା ରୋଗର ସୃଷ୍ଟିକାରୀ ଭୂତାଣୁ ଚାଲିଯାଇ ନାହିଁ।

ସନ୍ଥ କବିର ଦାସଙ୍କ ଏକ କବିତା କହି ଦେଶବାସୀଙ୍କୁ ପରାମର୍ଶ ଦେଲେ ମୋଦି । କହିଲେ ଫସଲ ପାଚି ଯାଇଛି ବୋଲି ଢିଲା ମାରିବା କଥା ନୁହେଁ ଘରକୁ ଫସଲ ନଆସିବା ଯାଏଁ ସଜାଗ ରୁହନ୍ତୁ । ତେବେ ଭାରତରେ କରୋନା ଭ୍ୟାକସିନ ପାଇଁ କାମ ଚାଲିଛି । କରୋନା ଭ୍ୟାକସିନ ଯେବେବି ଆସିବ, ସଙ୍ଗେସଙ୍ଗେ ତାହା ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ ଚାଲିଛି । ତେଣୁ ଔଷଧ ନାହିଁ ତ ଖାମଖିଆଲି ନାହିଁ । ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା, ହାତ ଧୋଇବା ପ୍ରତି ଧ୍ୟାନ ଦିଅନ୍ତୁ । ଆଗାମୀ ପର୍ବପର୍ବାଣୀ ସମସ୍ତଙ୍କ ପାଇଁ ଶୁଭ ହେଉ । ସୁରକ୍ଷିତ ରହି ଉତ୍ସବ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ।

Comments (0)
Add Comment