ଭୁବନେଶ୍ୱର: ଅପେକ୍ଷାର ଅନ୍ତ ଘଟିଲା । ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଛନ୍ତି । ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଠିକ ୧.୧୫ ମିନିଟରେ ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ତାଙ୍କ ସହ ଗଜପତି ମହାରାଜା ଉପସ୍ଥିତ ଥିଲେ । ଲୋକାର୍ପଣ ଫଳକରେ ନଡ଼ିଆ ପିଟି ଉଭୟ ମୁଖ୍ୟମନ୍ତ୍ରୀ ଓ ଗଜପତି ମହାରାଜା ପରିକ୍ରମା ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି ।ଲୋକାର୍ପଣ ପରେ ଉଭୟ ଯଜ୍ଞକୁଣ୍ଡ ଅଭିମୁଖେ ଯାତ୍ରା କରିଛନ୍ତି । ସେଠାରେ ଚାଲିଥିବା ତ୍ରିଦିନାତ୍ମ ଯଜ୍ଞରେ ଆଜି ପୂର୍ଣ୍ଣାହୂତି ପ୍ରଦାନ କରାଯିବ । ଗଜପତି ମହାରାଜା ଉକ୍ତ ଯଜ୍ଞରେ ପୂର୍ଣ୍ଣାହୂତି ଦେବେ ।
ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ଏକ ହ୍ୟାଲିକପ୍ଟରରେ ଆସି ପୁରୀ ଠାରେ ନିର୍ମିତ ଅସ୍ଥାୟୀ ହ୍ୟାଲିପ୍ୟାଡରେ ପହଞ୍ଚିଥିଲେ । ପରେ ପରେ ସେ ସିଧା ପୁରୀ ବଡ଼ଦାଣ୍ଡ ଯାଇଥିଲେ । ସେଠାରୁ ଏକ ବ୍ୟାଟେରୀ ଚାଳିତ ଗାଡ଼ିରେ ଲୋକାର୍ପଣ ଉତ୍ସବକୁ ଯାଇଥିଲେ । ସେଠାରେ ତାଙ୍କୁ ଖଣ୍ଡୁଆ ପାଟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମୟରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଥିଲେ ।