ଶିମିଳିପାଳରେ ଆବିଷ୍କୃତ ହେଲା ୧୧୧୫ ଫୁଟ୍‌ର ଜଳପ୍ରପାତର

ବାରିପଦା: ଶିମିଳିପାଳ , ସବୁଜ ବନାନୀ ଘେରା ଜୈବବିବିଧତାରେ ଭରା ଏହି ଜାତୀୟ ଉଦ୍ୟାନର ଘଞ୍ଚ ବନାନୀରେ ଏବେ ବି ଏମିତି ଅନେକ ଅନାଲୋଚିତ ସ୍ଥାନ ରହିଛି ଭାବିଲେ ବିସ୍ମୟ ଭଳି ଲାଗୁଛି । ଶିମିଳିପାଳରେ ଆଜି ବି ଏମିତି ଅନେକ ସ୍ଥାନକୁ ଲୋକ ଲୋଚନକୁ ଆଣିବା ପାଇଁ ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିବା ଏକ ସଂସ୍ଥା ଏଠାରେ ଏକ ନୂଆ ଜଳପ୍ରପାତ ଆବଷ୍କାର କରିଛି ।
ବାସିପିଠା ନିକଟସ୍ଥ ସୁବର୍ଣ୍ଣମଞ୍ଜରୀଠାରୁ ପ୍ରାୟ ୫ କି.ମି ଘଞ୍ଚ ଜଙ୍ଗଲ ମଧ୍ୟରେ ଠାବ କରାଯାଇଥିବା ଏହି ନୂଆ ଜଳପ୍ରପାତର ନାମ ହେଉଛି ‘ସୁବର୍ଣ୍ଣଝରଣ’ । ଏହି ଆକର୍ଷଣୀୟ ଜଳପ୍ରପାତ ୧୧୧୫ ଫୁଟ୍‌ ଉଚ୍ଚ ଓ ୬ସ୍ତର ବିଶିଷ୍ଟ । ‘ସୁବର୍ଣ୍ଣଝରଣ’ ଜଳପ୍ରପାତର ୪ଟି ସ୍ତର ଦୃଶ୍ୟମାନ ହେଉଥିବା ବେଳେ ଅନ୍ୟ ଦୁଇଟି ସ୍ତର ଗଛପତ୍ରର ସବୁଜ ଆବରଣ ଭିତରେ ଲୁଚି ରହିଛି । ମୟୂରଭଞ୍ଜ ମିରର ସଂଗଠନର ସଦସ୍ୟ କୁମାରେଶ ନାୟକ, ଜୟପ୍ରକାଶ ସିଂହ, ସନତ ବାରିକ, ରଞ୍ଜିତ ପଲେଇ, ଲୋକେଶ୍ୱର ଭଞ୍ଜ, ବିଶ୍ୱଜିତ ମାରାଣ୍ଡି ଓ ସୁବର୍ଣ୍ଣମଞ୍ଜରୀ ଗ୍ରାମର କୈଳାସ ସିଂ ବନ୍ୟଜନ୍ତୁଙ୍କ ଭୟ ସତ୍ତ୍‌ବେ ୧୮କି.ମି ଦୁର୍ଗମ ଅଙ୍କାବଙ୍କା ରାସ୍ତା ଓ ୮.୫ କି.ମି ପାହାଡ ଚଢ଼ି ଏହି ଜଳପ୍ରପାତ ଟିକୁ ଚିହ୍ନଟ କରିଛନ୍ତି ।

Comments (0)
Add Comment