ଶୁଣାଣୀ ଶେଷ ନହେବା ଯାଏଁ ରାଜନୀତି ମଇଦାନକୁ ଓହ୍ଲାଇବି ନାହିଁ: ପ୍ରଭାତ

କଟକ: କଟକ ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳଙ୍କ ନାମରେ ସିଶୋର ଜମି କିଣାବିକା ମାମଲାରେ ଚାର୍ଜଫ୍ରେମ୍‌ କରିଛି ସିବିଆଇ । ମାମଲା ଏବେ ବି ଅଦାଲତରେ ବିଚାରଧିନ ଥିବାବେଳେ ଏନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଲୋକଙ୍କର ଭଲପାଇବା ଓ ମୁଖ୍ୟମନ୍ତ୍ରୀଙ୍କର ଆଶୀର୍ବାଦ ତାଙ୍କ ସହିତ ଅଛି । ସତ୍ୟର ବିଜୟ ହେବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟରେ ୨୦୧୮ରେ ହାଇକୋର୍ଟରେ ତାଙ୍କ ନାମରେ ଥିବା ମାମଲା କ୍ୱାସିଂ ପାଇଁ ଶ୍ରୀ ବିଶ୍ୱାଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାରେ ୨ ମାସ ଭିତରେ ଚାର୍ଜ ଫ୍ରେମ୍‌ କରିବାକୁ ହାଇକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ୬ ମାସ ବିଳମ୍ବରେ ଏହି ଚାର୍ଜ ଫ୍ରେମ୍‌ କରାଯାଇଛି ବୋଲି ଶ୍ରୀ ବିଶ୍ୱାଳ ସୁଚନାଦେଇଛନ୍ତି । ତାଙ୍କ ଉପରେ ଠକେଇ ଭଳି ଦଫା ଲଗାଯାଇଛି । ହେଲେ ଏସବୁ ଅଭିଯୋଗରେ କେତେ ସତ୍ୟତା ଅଛି ତାହା କୋର୍ଟ ବିଚାର କରିବେ । ତେବେ ଏହି ମାମଲାର ଶୁଣାଣୀ ଶେଷ ନହେବା ପର୍ଯ୍ୟନ୍ତ ଭୋଟ୍‌ ରାଜନୀତିରେ ସେ ଅଂଶଗ୍ରହଣ କରିବେ ନାହିଁ ବୋଲି ଶ୍ରୀ ବିଶ୍ୱାଳ କହିଥିବାବେଳେ ଏହି ମାମଲା ତାଙ୍କ ରାଜନୈତିକ କ୍ୟାରିଅରରେ କୌଣସି

Comments (0)
Add Comment