ସମ୍ବଲପୁର: ସମ୍ବଲପୁର ପୋଲିସ ଦ୍ଵାରା ଏନକାଉଣ୍ଟରଜ୍ଝ ସଦର ଥାନା କେନଘାଟି ଅଞ୍ଚଳରେ ଶନିବାର ଏନକାଉଣ୍ଟର ହୋଇଛି। ଏଥିରେ ଜ୍ୟାକବ ରାଜ୍ ନାମକ ଜଣେ ଅଭିଯୁକ୍ତ ଆହତ ହୋଇ ବୁର୍ଲାରେ ଚିକିତ୍ସିତ ହେଉଛି । ଅଭିଯୁକ୍ତ ଓ ସହଯୋଗୀ ଡକାୟତି କରିଥିବାବେଳେ ପୋଲିସ ଧରିବାକୁ ଯାଇଥିବା ସମୟରେ ଏହି ଘଟଣା ଘଟିଛି। ପାଲଟା ଫାୟାରିଙ୍ଗ କରିବାକୁ ଚେଷ୍ଟା କରିବାରୁ ପୋଲିସ ଗୁଳିରେ ଜ୍ୟାକବ ଆହତ ହୋଇଛି ।
ଏହି ଘଟଣାରେ ସମୁଦାୟ ୧୨ ଜଣ ଗିରଫ ହୋଇଥିବା ସମ୍ବଲପୁର ଏସପି କହିଛନ୍ତି। ପୋଲିସ ଅଭିଯୁକ୍ତଙ୍କଠାରୁ ୨ଟି ପିସ୍ତଲ, ୨ଟି ଭୁଜାଲି, ୪ଟି ଛୁରୀ, ୩ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି । ସୂଚନା ଅନୁସାରେ ଅଭିଯୁକ୍ତମାନେ ଅଫତାବ୍ ଆଲମଙ୍କ ଘରେ ଡକାୟତି କରି ଫେରାର ମାରୁଥିଲେ। ତେବେ ପୋଲିସ ଧରିବାକୁ ଯାଇଥିବାବେଳେ ଅଭିଯୁକ୍ତମାନେ ଗୋଟିଏ ରାଉଣ୍ଡ ଗୁଳି କରିଥିଲେ । ତେବେ ପୋଲିସର ପାଲଟା ଗୁଳିରେ ଅଭିଯୁକ୍ତ ଜ୍ୟାକବ ରାଜ୍ ଆହତ ହୋଇ ବୁର୍ଲା ସ୍ଥାନାନ୍ତର ହୋଇଛି। ଜ୍ୟାକର ଗୋଡରେ ଗୁଳି ବାଜିଥିବା ବେଳେ ତାର ଚିକିତ୍ସା ଚାଲିଛି।