ବାଲେଶ୍ୱର ଓ ତିର୍ତୋଲରେ ଜୋରଦାର ଚାଲିଛି ଉପନିର୍ବାଚନ ପ୍ରଚାର । କିନ୍ତୁ କରୋନା ମହାମାରୀ ପାଇଁ ବଡ଼ ବଡ଼ ସଭା ସମିତି କିମ୍ବା କାର୍ଯ୍ୟକ୍ରମ କରିବା ସମ୍ଭବପର ହେଉନାହିଁ । ତେଣୁ ଭୋଟରଙ୍କ ପାଖରେ ପହଚିଂବା ପାଇଁ ଏବେ ଅସ୍ତ୍ର ପାଲଟିଛି ଡିଜିଟାଲ ଫ୍ଲାଟଫର୍ମ ।
ସୋସିଆଲ ମିଡିଆ ମାଧ୍ୟମରେ ପ୍ରାର୍ଥୀମାନେ ଆରମ୍ଭ କରିଦେଇଛି କ୍ୟାମ୍ପେନିଂ । ଫେସବୁକ ହେଉ ଅବା ଟୁଇଟର କିମ୍ବା ହ୍ୱାଟସ ଆପରେ ତିନ ରାଜନୈତିକ ଦଳର ପ୍ରାର୍ଥୀମାନେ ଭୋଟର ମାନଙ୍କୁ ଆପଣାଇବା ପାଇଁ ସ୍ୱତନ୍ତ୍ର ରଣନୀତି ଆରମ୍ଭ କରିଦେଇଛନ୍ତି । ବର୍ତମାନ ସମୟରେ ପ୍ରାୟ ସମସ୍ତ ହାତରେ ମୋବାଇଲ ରହିଛି । ତେଣୁ ମୋବାଇଲ ମାଧ୍ୟମରେ କିଭଳି ଅଧିକର ଅଧିକ ଲୋକଙ୍କ ପାଖରେ ପହଚିଂ ହେବ ସେ ନେଇ ୩ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଉଦ୍ୟମ ଆରମ୍ଭ କରିଛନ୍ତି । ପ୍ରତ୍ୟେକ ଦଳ ନିଜ ନିଜର ସୋସିଆଲ ମିଡିଆ ଟିମ ଜରିଆରେ ଡିଜିଟାଲ କ୍ୟାମ୍ପେନିଂ କରୁଛନ୍ତି । ଉପନିର୍ବାଚନ ପାଖେଇ ଆସୁଥିବା ବେଳେ କରୋନା କଟକଣା ମଧ୍ୟରେ କିଭଳି ଭୋଟରଙ୍କ ନିକଟତର ହୋଇପାରିବେ ସେଥିପାଇଁ ୩ ଦଳର ପ୍ରାର୍ଥୀ ଲାଗିପଡିଛନ୍ତି ।
ବାଲେଶ୍ୱର ସଦର ଆସନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେଉଛି ।ବିଜେଡିରୁ ସ୍ୱରୂପ ଦାସ, ବିଜେପିରୁ ମାନସ ଦତ୍ତ୍ତ ଓ କଂଗ୍ରେସରୁ ମମତା କୁଣ୍ଡୁ ବାଲେଶ୍ୱର ସଦରରୁ ଲଢୁଛନ୍ତି । ବିଜେପି ଅନୁକମ୍ପା ଭୋଟ ପାଇବ ବୋଲି ଆଶା ରଖିଛି । ତେବେ ଏହି ଆସନକୁ ବିଜେଡି ନିଜ ଅଧିକାରକୁ ନେବାକୁ ଚେଷ୍ଟା କରିବ ।ସେପଟେ ତିର୍ତ୍ତୋଲରେ ବି ପ୍ରଚାର ଚାଲିଛି । ଏଠାରେ ତିମୁଖୀ ଲଢେଇ ହେଉଛି । ବିଜେଡି କହୁଛି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଦ୍ରୁତ ବିକାଶ ହେଉଛି । ଯାହା ବାକି ଅଛି ତାହା ପୂରଣ ହେବ । ବିଜେପି କେନ୍ଦ୍ରକୁ ଦୃଷ୍ଟିରେ ରଖି ରୋଲ ମଡେଲ ବନାଇବାକୁ ଚାହୁଁଛି । କଂଗ୍ରେସ ସାମଗ୍ରୀକ ବିକାଶକୁ ଗୁରୁତ୍ୱ ଦେଇଛି ।