ସ୍କୁଲରେ ମଧ୍ୟାହ୍ନଭୋଜନ ଦେବେ ଅଙ୍ଗନବାଡ଼ି ଦିଦି

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଏବେ ଶିକ୍ଷକଶିକ୍ଷୟିତ୍ରୀମାନେ ଆନେ୍ଦାଳନ ଚଳାଇଛନ୍ତି । ଯାହା ଫଳରେ ଅଧିକାଂଶ ସ୍କୁଲରେ ତାଲା ଝୁଲୁଥିବାବେଳେ ମଧ୍ୟାହ୍ନଭୋଜନ ବି ବନ୍ଦ ରହିଛି । ତେବେ ଶିକ୍ଷକ ଆନେ୍ଦାଳନ ଯୋଗୁଁ ମଧ୍ୟାହ୍ନଭୋଜନ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି । ସ୍କୁଲ ପରିସରରେ ଥିବା ଅଙ୍ଗନବାଡ଼ିକୁ ମଧ୍ୟାହ୍ନଭୋଜନ ଦାୟିତ୍ୱ ଦିଆଯାଇଛି । ଏନେଇ ବାଲେଶ୍ୱର ଜିଲ୍ଲାର ସ୍କୁଲ ଦାୟିତ୍ୱ ନେଇ ଡିଏସଡବ୍ଲୁ୍ୟଓଙ୍କୁ ଡିଇଓଙ୍କ ପକ୍ଷରୁ ଚିଠି କରାଯାଇଛି । ଯେଉଁ ସ୍କୁଲ ପରିସରରେ ଅଙ୍ଗନବାଡ଼ି ଅଛି, ସେ ସ୍କୁଲ କଥା ବୁଝିବାକୁ ଚିଠି କରାଯାଇଛି । ସମ୍ପୃକ୍ତ ସ୍କୁଲର ପିଲାମାନଙ୍କୁ ମଧ୍ୟାହ୍ନଭୋଜନ ଦେବାକୁ ଅଙ୍ଗନବାଡ଼ିକୁ ନିଦେ୍ର୍ଧଶ ଦିଆଯାଇଛି । ନିୟମିତ ସ୍କୁଲ ଖୋଲିବା ସହ ମଧ୍ୟାହ୍ନଭୋଜନ ଦେବାକୁ ଡିଇଓ କହିଛନ୍ତି ।

Comments (0)
Add Comment