ସ୍ତ୍ରୀଙ୍କ ଆତ୍ମହତ୍ୟା ପରେ ପରେ ସ୍ୱାମୀଙ୍କ ଆତ୍ମହତ୍ୟା

ବୈପାରୀଗୁଡ଼ା : ସ୍ତ୍ରୀଙ୍କ ଆତ୍ମହତ୍ୟା ପରେ ପରେ ସ୍ୱାମୀ କଲେ ଆତ୍ମହତ୍ୟା । ଗୋଟିଏ ପରିବାରରୁ ଏକା ଦିନେ ଲିଭିଗଲା ଦୁଇଟି ଜୀବନଦୀପ ଓ କିନ୍ତୁ ସ୍ୱାମୀ ସ୍ତ୍ରୀଙ୍କ ଆତ୍ମହତ୍ୟାର କାରଣ ଏପର୍ୟ୍ୟନ୍ତ ଜଣାପଡ଼ିନାହିଁ ଓ ମୃତକ ହେଲେ ଜିନୁ ପରଜା ଏବଂ ତାଙ୍କ ସ୍ତ୍ରୀ ରୁକ୍ମଣୀ ପରଜା ଓ କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ ବାଲିଆପଦର ଗାଁରୁ ଆସିଛି ହୃଦୟବିଦାରକ ଘଟଣା ।

ଖବର ଅନୁଯାୟୀ,  ଜିନୁ  ନିଜ ତିନି ପୁଅ ଓ ସ୍ତ୍ରୀକୁ ନେଇ ପରିବାର ସହ ବେଶ ଖୁସିରେ ରହୁଥିଲେ କ୍ଷ କିନ୍ତୁ ବୁଧବାର କୌଣସି କଥାକୁ ନେଇ ରୁକ୍ମଣୀଙ୍କ ସହ ଜିନୁଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଏହାପରେ ଘର ଭିତରେ ପଶିଯାଇ କବାଟ ବନ୍ଦ କରିଦେଇଥିଲେ ସ୍ତ୍ରୀ  ଓ କିଛି ସମୟ ପରେ କବାଟ ନଖୋଲିବାରୁ ପରିବାର ଲୋକେ ଆସି କବାଟ ଭାଙ୍ଗିଥିଲେ । ଘର ଭିତରେ ଦେଖିବା ବେଳକୁ ସେ ବେକରେ ଏକ ଗାମୁଛା ଗୁଡ଼ାଇ ଝୁଲି ପଡ଼ିଥିଲେ ଓ  ତଳକୁ ଓହ୍ଲାଇବା ବେଳକୁ ଜିନୁଙ୍କର ମୃତ୍ୟୁ ହୋଇସାରିଥିଲା ।

ସେପଟେ ଏହି ଖବର ପାଇବା ପରେ ସ୍ୱାମୀ ବାଡି ପଟକୁ ଶୌଚ ହେବା ପାଇଁ ଯାଇଥିଲେ । ହେଲେ ଆଉ ଫେରିନଥିଲେ । ବାରି ପଟେ ଥିବା ଏକ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି  ।

Comments (0)
Add Comment