ଦେବଗଡ: ଦନ୍ତା ହାତୀ ଆକ୍ରମଣରେ ଦୁଇ ମହିଳା ମୃତ । ଲଇମୁରା ଥାନା ଅନ୍ତର୍ଗତ ଟିପିରିସିଂହା ଗ୍ରାମରେ ଘଟିଛି ଘଟଣା । ବିଳମ୍ବିତ ରାତିରେ ଆକ୍ରମଣ କରିଛି ହାତି ।
ମୃତକମାନେ ଲଇମୁରା ଟିପିରିସିଂହା ଗ୍ରାମ ୪୦ ବର୍ଷୀୟା ସୁରୁବାଲି କିଶାନ ଓ ୪୦ ବର୍ଷୀୟି କଖଲି କିଶାନ । ଏମାନେ ହାତି କବଳରୁ ନିଜ ଫସଲକୁ ରକ୍ଷା କରୁଥିଲେ । ତେବେ ରାଗିଯାଇ ହାତୀ ଏମାନଙ୍କ ଉପରେ ଆକ୍ରମଣ କରିଥିଲା । ବିଲକୁ ଘୋଷାରୀ ଘୋଷାରି ନେଇ ଦଳିଦେଇଥିଲା । ଶେଷରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା ।