ହୀରାକୁଦ,୨୨ ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର: ହୀରାକୁଦ ଜଳସ୍ତର ରୁଲ୍‌ କର୍ଭ ଅନୁଯାୟୀ ସର୍ବୋଚ୍ଚ ସୀମା ପାଖରେ ରହିଛି । କ୍ରମାଗତ ଲଘୁଚାପ ବର୍ଷା ଯୋଗୁଁ ଉପରମୁଣ୍ଡରୁ ବ୍ୟାପକ ମାତ୍ରାରେ ପାଣି ଆସୁଛି ।  ଫଳରେ ସ୍ଥିତିକୁ ଦେଖି ଗୁରୁବାର ୬ଟି ଗେଟ୍‌ ଦେଇ  ଜଳ ନିଷ୍କାସନ କରାଯାଉଥିଲା । କିନ୍ତୁ, ଶୁକ୍ରବାର  ୩ ଲକ୍ଷ ୨୪ ହଜାର କ୍ୟୁସେକ୍‌ ପାଖାପାଖି ପାଣି  ଆସିବାରୁ ଆହୁରି ୧୬ଟି ଗେଟ୍‌ ଖୋଲାଯାଇଛି । ମୋଟ୍‌  ୨୨ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି । 

ଲଘୁଚାପ ଯୋଗୁଁ ହୀରାକୁଦ ଉପରମୁଣ୍ଡରେ ୩  ଦିନ ହେଲା ଲଗାଣ ବର୍ଷା ଲାଗି ରହିଛି । ଫଳରେ  ଗୁରୁବାରଠାରୁ ବିଭିନ୍ନ ପର୍ୟ୍ୟାୟରେ ମୋଟ୍‌ ୨୨ଟି  ଗେଟ୍‌ ଖୋଲାଯାଇଥିବା ବେଳେ ମୋଟ୍‌ ୪ ଲକ୍ଷ  ୨୩୨ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି । ସେପଟେ,  ଗତ ୨୪ ଘଣ୍ଟାରେ ପୁଣି ଉପରମୁଣ୍ଡରେ ହାରାହାରି  ୩୦.୩୫ ମିମି ବର୍ଷା ରେକର୍ଡ ହୋଇଛି । ଆଉ  ଏହି ପାଣି ଶନିବାର ମଧ୍ୟ ହୀରାକୁଦକୁ ପ୍ରାୟ  ୩ ଲକ୍ଷ କ୍ୟୁସେକ୍‌ ଯାଏ ଆସିବାର ଆକଳନ  କରାଯାଉଛି । ଜଳସ୍ତର ୬୨୯.୩୧ ଫୁଟ୍‌ ରହିଛି । 

Comments (0)
Add Comment