ହୃଦ୍‌ଘାତରେ ଚୀନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଲି କେକ୍ବିଆଙ୍ଗ୍‌ଙ୍କ ଦେହାନ୍ତ

ବେଜିଙ୍ଗ୍‌: ଶୁକ୍ରବାର ଦିନ ଆକସ୍ମିକ ହୃଦ୍‌ଘାତରେ ଚୀନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଲି କେକ୍ବିଆଙ୍ଗ୍‌ଙ୍କର ଦେହାନ୍ତ ଘଟିଥିବା କଥା ସମ୍ବାଦ ପ୍ରସାରଣକାରୀ ସଂସ୍ଥା ‘ଚାଇନା ସେଣ୍ଟ୍ରାଲ୍‌ ଟେଲିଭିଜନ୍‌’ (ସିସିଟିଭି) ରିପୋର୍ଟ କରିଛି। ‘ସିସିଟିଭି’ କହିଛି, ସମ୍ପ୍ରତି ସାଙ୍ଘାଇରେ ରହୁଥିବା କମ୍ରେଡ୍‌ ଲି କେକ୍ବିଆଙ୍ଗ୍‌ ଅକ୍ଟୋବର ୨୬ ତାରିଖ ଦିନ ହଠାତ୍‌ ହୃଦ୍‌ଘାତରେ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳେ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ତାଙ୍କୁ ବଞ୍ଚାଇବାର ସମସ୍ତ ଉଦ୍ୟମ ବୃଥା ହେଲା। ରାତି ୧୨.୧୦ ମିନିଟ୍‌ରେ ସାଙ୍ଘାଇରେ ତାଙ୍କର ମୃତ୍ୟୁ ଘଟିଲା।

ପ୍ରଖ୍ୟାତ‌ ପେକିଙ୍ଗ୍‌ ବିଶ୍ବବିଦ୍ୟାଳରୁ ଶିକ୍ଷାଲାଭ କରିଥିବା ଅର୍ଥନୀତିଜ୍ଞ ଲି କେକ୍ବିଆଙ୍ଗ୍‌ଙ୍କୁ ଏକଦା ଚୀନା କମ୍ୟୁନିଷ୍ଟ୍‌ ପାର୍ଟିର ନେତୃତ୍ବ ନିମନ୍ତେ ଶ୍ରେଷ୍ଠ ପ୍ରତିଦ୍ବନ୍ଦ୍ବୀ ବୋଲି ବିବେଚନା କରାଯାଉଥିଲା। କିନ୍ତୁ, ଅଳ୍ପ କିଛି ବର୍ଷ ହେବ ଚୀନ୍‌ର ରାଷ୍ଟ୍ରପତି ସି’ ଜିନ୍‌ପିଙ୍ଗ୍‌ ତାଙ୍କୁ ଉପେକ୍ଷା କରି ଆସୁଛନ୍ତି।

Comments (0)
Add Comment