ସୋସିଆଲ ମିଡିଆର ଯୁଗରେ ବର୍ତ୍ତମାନ ୟୁଟ୍ୟୁବ୍ ଅନେକ ଲୋକଙ୍କର ଭାଗ୍ୟ ବଦଳାଇ ବୋର କ୍ଷମତା ରଖିଛି । ଅନେକ ଲୋକ ସେମାନଙ୍କର ଦକ୍ଷତା ଏହି ସାମାଜିକ ଗଣମାଧ୍ୟମ ଜରିଆରେ ଲୋକଙ୍କ ନିକଟରେ ପହଚାଂଇ ପରୁଛନ୍ତି । ତେବେ ଏହି ସାମାଜିକ ଗଣମାଧ୍ୟମ ଯୋଗୁଁ ଇଣ୍ଡିଆ ବୁକ୍ ଅଫ ରେକର୍ଡସ୍ରେ ନିଜ ନାମ ସ୍ଥାନିତ କରିବାରେ ସଫଳ ହୋଇଛନ୍ତି ଗଂଜାମ ଜିଲ୍ଲାର ଅଜିତ କୁମାର ମଲ୍ଲିକ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ତଣ୍ଡିପୁର ପଂଚାୟତର ରାଜପୁର ଗାଁରେ ରହୁଥିବା ଅଜିତ ଗୋଟିଏ ମାସରେ ସାମାଜିକ ଗଣମାଧ୍ୟମ ୟୁ-ଟ୍ୟୁବ୍ରେ ସର୍ବାଧିକ ପଦାର୍ଥ ବିଜ୍ଞାନ ସଂପର୍କିତ ଭିଡିଓ ଅପଲୋଡ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ରେ ସେ ସ୍ଥାନ ପାଇଛନ୍ତି । ସେ ଗତ ମେ’ ମାସ ୨୭ରୁ ଜୁନ ୨୭ ତାରିଖ ମଧ୍ୟରେ ୟୁ-ଟ୍ୟୁବ୍ରେ ୫୪ଟି ପଦାର୍ଥ ବିଜ୍ଞାନ ସଂପର୍କିତ ଭିଡିଓ ଅପଲୋଡ କରି ଏହି ବିରଳ ରେକର୍ଡ଼ର ଅଧିକାରୀ ହୋଇଛନ୍ତି । ସେ ଅପ୍ଲୋଡ କରିଥିବା ଭିଡିଓଗୁଡିକରେ ପଦାର୍ଥ ବିଜ୍ଞାନ ସମ୍ପର୍କିତ ଜଟିଳ ବିଷୟଗୁଡିକୁ ସରଳ ଭାବରେ ଉପସ୍ଥାପନ କରାଯାଇଛି । ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ପକ୍ଷରୁ ଅଜିତଙ୍କୁ ମାନପତ୍ର, ପୁସ୍ତକ ଓ ମେଡାଲ୍ ପ୍ରଦାନ କରି ସମ୍ମାନିତ କରାଯାଇଛି ।